କନକ ବ୍ୟୁରୋ:  ଏସସି, ଏସଟି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେବାକୁ ଚଳିତ ବର୍ଷ ଆରମ୍ଭ ହେବ ‘ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ । ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରପଆଉଟ୍ ସମସ୍ୟାକୁ ଦୂରେଇବା ପାଇଁ ମୋହନ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । 

ଏହି ଯୋଜନାରେ ଉପକୃତ ହେବେ ୩ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ।  । ଏହି ଯୋଜନାରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମିଳିବ ୫ହଜାର ଟଙ୍କାର ଆର୍ଥିକ ସହାୟତା । ଏହି ଯୋଜନା ପାଇଁ ୧୫୬ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ । ସରକାରଙ୍କ ଏପରି ଯୋଜନାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପଆଉଟରୋକାଯାଇପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । 


 ବିିଶେଷ କରି ବିଚ୍ଛିନ୍ନାଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଆର୍ଥିକ ସମସ୍ୟା ଭେଗୁଥିବାରୁ ସେମାନେ ଅର୍ଥାଭାବରୁ ଅଧାରୁ ପାଠ ପଢା ଛାଡିଦେଉଥିବା ଲକ୍ଷ୍ୟ କରାଯାଉଛି । ଏହା ଏବେ ରାଜ୍ୟ ପାଇଁ ବଡ ଚିନ୍ତାର କାରଣ ବୋଲି ବିଜେପି ବାରମ୍ବାର ଏହା ଉପରେ ଗୁରୁତ୍ୱ ଦେଇଆସିଛି । ତେବେ ଏହି ସମସ୍ୟାକୁ ଦୂରେଇବାକୁ ନିର୍ବାଚନ ଇସ୍ତାହାରରେ ଗୁରୁତ୍ୱ ଦେଇଥିଲା ବିଜେପି । ଏବେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହି ସମସ୍ୟାକୁ ଦୂରେଇବା ପାଇଁ ଅଣ୍ଟା ଭିଡିଛନ୍ତି । ଏସସି, ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଘୋଷଣା ହୋଇଛି ‘ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା’ ।