ଓଡିଶା ଆସୁଛନ୍ତି ଶାହା । ମହାପ୍ରଭୁଙ୍କ ଦର୍ଶନ ପରେ ଯିବେ ସମ୍ବଲପୁର

Advertisment

୧୦ରେ ଓଡିଶା ଆସିବେ ଶାହା । ଆସନ୍ତା ୧୦ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା ।

୧୦ରେ ଓଡିଶା ଆସିବେ ଶାହା । ଆସନ୍ତା ୧୦ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା ।

ଆଜି ଓଡିଶା ଆସୁଛନ୍ତି ଅମିତ ଶାହା । ପାରଳାଖେମୁଣ୍ଡି ଓ ଉମରକୋଟର ଜନସଭାରେ ହେବେ ସାମିଲ : ଭୋଟରଙ୍କୁ ମନେଇବେ, କର୍ମୀଙ୍କ ମନର ଯୋଶ ଭରିବେ

କନକ ବ୍ୟୁରୋ, ୧୦ରେ ଓଡିଶା ଆସିବେ ଶାହା । ଆସନ୍ତା ୧୦ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା । ୨ଦିନ ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ।  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା । 

ଓଡିଶା ଗସ୍ତରେ ଆସି ଜଟଣୀ ଫରେନସିକ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ ଶାହା । ଏହାପରେ ସନ୍ଧ୍ୟାରେ ପିରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ । ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପୁରୀରେ ହିଁ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ୧୧ତାରିଖ ଦିନ ପୁରୀରୁ ବାହାରି ସମ୍ବଲପୁର ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ମା ସମ୍ବଲେଶ୍ୱରୀଙ୍କ ଦର୍ଶନ କରିବା ସହ କିଛି ପ୍ରକଳ୍ପର ଶିଳାନ୍ୟାସ କରିବେ । ପରେ ଭୁବନେଶ୍ୱର ଆସି ଜନତା ମୈଦାନରେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି । ଏହାରି ଭିତରେ ରାଜ୍ୟର କିଛି ନେତୃତ୍ୱଙ୍କ ସହ ଆଲୋଚନା କରି ପାରନ୍ତି ଶାହା । ଅନ୍ୟପଟେ ଶାହାଙ୍କ ଗସ୍ତ ସଫଳ କରିବାକୁ ଆଜି ବିଜେପି କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ ବୈଠକ । ରାଜ୍ୟ ସଭାପତି, ପ୍ରଭାରୀ, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ବସି ଆଲୋଚନା କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe