ଶାହରୁଖ ଖାନଙ୍କୁ ମିଳିଲା ପ୍ରଥମ ଜାତୀୟ ପୁରସ୍କାର, ୩୩ ବର୍ଷର ପରିଶ୍ରମ ଆଣିଲା ରଙ୍ଗ

Advertisment

୩୩ ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ ପ୍ରଥମ ଥର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି  ଶାହରୁଖ ଖାନ

୩୩ ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ ପ୍ରଥମ ଥର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି  ଶାହରୁଖ ଖାନ

ଶାହରୁଖ ଖାନଙ୍କୁ ପ୍ରଥମ ଜାତୀୟ ପୁରସ୍କାର

ଶାହରୁଖ ଖାନଙ୍କୁ ପ୍ରଥମ ଜାତୀୟ ପୁରସ୍କାର Photograph: (Kanak News)

କନକ ବ୍ୟୁରୋ: ଶାହରୁଖ ଖାନଙ୍କୁ ମିଳିଲା ପ୍ରଥମ ଜାତୀୟ ପୁରସ୍କାର ।  ୩୩ ବର୍ଷର ପରିଶ୍ରମ ଆଣିଲା ରଙ୍ଗ  । ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ । ତାଙ୍କର ୩୩ ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି ୨୦୨୩ର ବ୍ଲକବଷ୍ଟର ଫିଲ୍ମ 'ଯୱାନ'ରେ ତାଙ୍କର ଦମଦାର ଅଭିନୟ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ଦୀର୍ଘ ତିନି ଦଶନ୍ଧି ଧରି ଅନେକ ସଫଳ ଏବଂ ପ୍ରଶଂସିତ ଚଳଚ୍ଚିତ୍ର ଦେବା ସତ୍ତ୍ୱେ ଜାତୀୟ ପୁରସ୍କାର ତାଙ୍କଠାରୁ ଦୂରେଇ ରହିଥିଲା, କିନ୍ତୁ 'ଯୱାନ' ତାଙ୍କର ଏହି ଅପେକ୍ଷାର ଅନ୍ତ ଘଟାଇଛି । 

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ଅବସରରେ ଶାହରୁଖ ଖାନଙ୍କୁ 'ଯୱାନ' ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିବା ଜଣାପଡିଛି । ସେ ଏହି ପୁରସ୍କାରକୁ '୧୨th ଫେଲ୍' ଫିଲ୍ମର ଅଭିନେତା ବିକ୍ରାନ୍ତ ମେସିଙ୍କ ସହ ବାଣ୍ଟିଛନ୍ତି । 'ଯୱାନ' ଫିଲ୍ମରେ ଶାହରୁଖ ଜଣେ ସେନା ଅଧିକାରୀ ବିକ୍ରମ ରାଠୋର ଏବଂ ତାଙ୍କ ପୁଅ ଆଜାଦଙ୍କ ଦ୍ୱୈତ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ । 

ଏହି ସମ୍ମାନ ପାଇବା ପରେ ଶାହରୁଖ ଖାନ ଏକ ଭିଡିଓ ବାର୍ତ୍ତା ଜରିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, "ନମସ୍କାର, ଆଦାବ! ଜାତୀୟ ପୁରସ୍କାରରେ ସମ୍ମାନିତ ହେବା ମୋ ପାଇଁ ଏକ ଏପରି ମୁହୂର୍ତ୍ତ ଯାହାକୁ ମୁଁ ଜୀବନସାରା ମନେ ରଖିବି । ଜୁରୀ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କୁ ମୋର ଅଶେଷ ଧନ୍ୟବାଦ ।  ସେ ତାଙ୍କ ଉପରେ ବର୍ଷିଥିବା ଭଲପାଇବା ପାଇଁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଶାହରୁଖ ଖାନ ତାଙ୍କ କ୍ୟାରିୟରରେ 'ସ୍ୱଦେଶ', 'ଚକ୍ ଦେ! ଇଣ୍ଡିଆ' ଏବଂ 'ମାଇଁ ନେମ୍ ଇଜ୍ ଖାନ୍' ଭଳି ଫିଲ୍ମରେ ଚମତ୍କାର ଅଭିନୟ କରିଥିଲେ ମଧ୍ୟ ଜାତୀୟ ପୁରସ୍କାର ପାଇବାରୁ ବଞ୍ଚିତ ହୋଇଥିଲେ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe