‘ଟଙ୍କା ଦିଅ ନଚେତ୍ ଜୀବନରୁ ମାରିଦେବୁ’ ; ସଲମାନଙ୍କ ପରେ ଏବେ ଶାହାରୁଖଙ୍କ ପାଳି । କଲ୍ ଟ୍ରେସ୍ କରୁଛି ପୋଲିସ

ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ପରେ ଏବେ ଶାହାରୁଖ ଖାନଙ୍କୁ ହତ୍ୟା ଧମକ । କୁହାଯାଉଛି, ଶାହାରୁଖଙ୍କୁ ହତ୍ୟା ଧମକ ମିଳିବା ପରେ ମୁମ୍ବାଇ ବାନ୍ଦ୍ରା ପୋଲିସରେ ମାମଲା ଦାଏର ହୋଇଛି । ଧମକ ଦେଇଥିବା ବ୍ୟକ୍ତିର କଲ୍ ଟ୍ରେସ୍ କରୁଛି ପୋଲିସ ।

30s s

କନକ ବ୍ୟୁରୋ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ପରେ ଏବେ ଶାହାରୁଖ ଖାନଙ୍କୁ ହତ୍ୟା ଧମକ । କୁହାଯାଉଛି, ଶାହାରୁଖଙ୍କୁ ହତ୍ୟା ଧମକ ମିଳିବା ପରେ ମୁମ୍ବାଇ ବାନ୍ଦ୍ରା ପୋଲିସରେ ମାମଲା ଦାଏର ହୋଇଛି । ଧମକ ଦେଇଥିବା ବ୍ୟକ୍ତିର କଲ୍ ଟ୍ରେସ୍ କରୁଛି ପୋଲିସ । ରାୟପୁର ଗସ୍ତରେ ସ୍ୱତନ୍ତ୍ର ଟିମ୍ ।

ଶାହାରୁଖଙ୍କୁ ହତ୍ୟା ଧମକ ମିଳିବା ପରେ ଏହାକୁ ଗୁରୁତର ସହ ନେଇଛି ମୁମ୍ବାଇ ପୋଲିସ । ଏହା ପଛର କାର୍ପଟକାର କିଏ ତାକୁ ଖୋଜିବାକୁ ତନଘାନା ଚଳାଇଛି ପୋଲିସ । ସୂଚନା ଅନୁସାରେ, ଶାହାରୁଖଙ୍କ ପାଖକୁ ଏକ ଅଜଣା କଲ୍ ଆସିଥିଲା । କୋଟି କୋଟି ଟଙ୍କା ନଦେଲେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ । ବାସ୍ ଏତିକି କହିବା ପରେ ଫୋନ୍ କାଟିଦେଲା ଅଜଣା ବ୍ୟକ୍ତି । ତେବେ କଲ କରିଥିବା ବ୍ୟକ୍ତିର ନାଁ ଫୈଜାନ୍ ଖାନ୍ ବୋଲି କୁହାଯାଉଛି । ଏବେ ତା’ର ଲୋକେସନ୍ ପତା ଲଗାଇବାରେ ଲାଗିପଡିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe