କନକ ବ୍ୟୁରୋ : IPL ୨୦୨୩ରେ ଚର୍ଚ୍ଚାରେ ଆସିଥିବା କ୍ରିକେଟର ରିଙ୍କୁ ସିଂ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତାଙ୍କ ଜୀବନ ସାଥୀ ସାଂସଦ ତଥା ସୁପ୍ରିମକୋର୍ଟର ଓକିଲ ପ୍ରିୟା ସରୋଜ । ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜ ଏବଂ କ୍ରିକେଟର ରିଙ୍କୁ ସିଂଙ୍କ ବିବାହ ତାରିଖ ସ୍ଥିର ହୋଇଛି । ଉଭୟ ୧୮ ନଭେମ୍ବରରେ ହାତକୁ ଦି’ ହାତ ହେବେ । ବିବାହ ପୂର୍ବରୁ ଜୁନ୍ ୮ ତାରିଖରେ ଉଭୟଙ୍କ ରିଙ୍ଗ୍ ସେରିମନି ଲକ୍ଷ୍ନୌର ଏକ ହୋଟେଲରେ ଅନୁଷ୍ଠିତ ହେବ । ରିଙ୍କୁ ସିଂହ ଏବଂ ପ୍ରିୟା ସରୋଜଙ୍କ ବିବାହରେ ରାଜନୀତିଠାରୁ ଆରମ୍ଭ କରି କ୍ରିକେଟ୍‌ ଜଗତ ଏବଂ ମନୋରଞ୍ଜନ ଦୁନିଆ ପର୍ଯ୍ୟନ୍ତ ସେଲିବ୍ରିଟି ଯୋଗ ଦେବେ ବୋଲି ଆଶା କରାଯାଉଛି ।

Advertisment

ସୂଚନା ଅନୁସାରେ ଏହି ଯୋଡ଼ିଙ୍କ ବିବାହରେ ଯୋଗଦେବେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ । ଖାଲି ଯେ ବିବାହରେ ଶାହରୁଖ ଖାନ୍‌ ଯୋଗଦେବେ ତାହା ନୁହେଁ , ଏହା ମଧ୍ୟ କୁହାଯାଉଛି ଯେ ସେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ରିଙ୍କୁଙ୍କ ବିବାହରେ ନାଚିବେ ମଧ୍ୟ ।

୫ଟି ଛକା ପରେ କଥା ଦେଇଥିଲେ ଶାହାରୁଖ ଖାନ... 

ଆଇପିଏଲ ୨୦୨୩ ସମୟରେ ରିଙ୍କୁ ସିଂ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଲଗାତାର ପାଞ୍ଚଟି ଛକା ମାରି କ୍ରିକେଟ ଜଗତକୁ ଚକିତ କରି ଦେଇଥିଲେ । ତାଙ୍କର ଏହି ଚମତ୍କାର ଇନିଂସ ତାଙ୍କୁ ଜାତୀୟ ସେନ୍ସେସନ କରାଇଥିଲା । ସେହି ସମୟରେ ଶାହରୁଖ ଖାନ ମଧ୍ୟ ନିଜେ ତାଙ୍କୁ ଫୋନ୍ କରିଥିଲେ । ଷ୍ଟାର ସ୍ପୋର୍ଟସ ସହିତ କଥାବାର୍ତ୍ତା ସମୟରେ ରିଙ୍କୁ ପ୍ରକାଶ କରିଥିଲେ ଯେ ଶାହରୁଖ କହିଥିଲେ, "ଲୋକେ ମୋତେ ବିବାହକୁ ନିମନ୍ତ୍ରଣ କରନ୍ତି ହେଲେ ମୁଁ ଯାଇପାରେ ନାହିଁ । କିନ୍ତୁ ତୁମର ବିବାହକୁ ଆସିବି ଆଉ ନାଚିବି ମଧ୍ୟ । "