କନକବ୍ୟୁରୋ : ବିହାରରେ ଗୃହମନ୍ତ୍ରୀ ଅମିତ ଶାହା । ଜେଡିୟୁ ଆୟୋଜିତ କରିଥିବା ଦହି ଚୁଡା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଶାହା  ବରିଷ୍ଠ ନେତା ସଂଜୟ ଝାଙ୍କ ସରକାରୀ ବାସଭବନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପହଁଚିନଥିବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

Advertisment

ସୂଚନାଅନୁଯାୟୀ ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ସମସ୍ତ ଦଳ ନିଜର ରାଜନୈତିକ କାର୍ଯ୍ୟକଳାପ ଆରମ୍ଭ କରିଛନ୍ତି  ।  ଲାଲୁ ଯାଦବ କହିଛନ୍ତି ଯେ ନୀତୀଶ କୁମାରଙ୍କ ପାଇଁ ତାଙ୍କ ଦ୍ୱାର ଖୋଲା ଅଛି ।   ସେମାନେ ନୀତୀଶଙ୍କର ଅତୀତର ସମସ୍ତ ଭୁଲକୁ କ୍ଷମା କରିବେ। ତାଙ୍କ ସହ ମିଶି ବିହାରରେ ନିର୍ବାଚନ ଲଢ଼ିବା ବିଷୟରେ ଲାଲୁ ସୂଚନା ଦେଇଛନ୍ତି  ।  

ନୀତୀଶ କୁମାର ଏବଂ ଲାଲୁ ଯାଦବଙ୍କ ମଧ୍ୟରେ ରାଜନୈତିକ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।  ଏପରିକି ଜାନୁଆରୀ ୧୫ ପରେ ଖରମାସ ଶେଷ ହେ‌ଲେ ନୀତୀଶ ଏନଡିଏ ସହିତ ସମ୍ପର୍କ ଭାଙ୍ଗିବା ନେଇ କଳ୍ପନାଜଳ୍ପନା ବୃଦ୍ଧି ପାଇବାରେ ଲାଗିଛି । ମକର ସଂକ୍ରାନ୍ତିରେ ପଲଟୁରାମ ନୀତୀଶ କୁମାର ପୁଣିଥରେ ପଲଟିବେ ବୋଲି ଦେଇ ନାନା ପ୍ରକାର ଚର୍ଚ୍ଚା ହୋଇଛି ।

ମକର ସଂକ୍ରାନ୍ତିରେ ନୀତୀଶ କୁମାର ସମୟ ପୂର୍ବରୁ ଏବଂ ଚିରାଗଙ୍କ ଅନୁପସ୍ଥିତିରେ ଚିରାଗ ପାସୱାନର ଦହି ଚୁଡା ଭୋଜିରେ ପହଞ୍ଚିଥିଲେ । ସେ ରାମ ଭିଲାସ ପାସୱାନଙ୍କ ଚିତ୍ରକୁ ପ୍ରଣାମ କରି ଚାଲି ଆସିଥିଲେ।  ଏପରି ସ୍ଥଳେ ଲାଲୁଙ୍କ ଶିବିର ନୀତୀଶଙ୍କ ପାଇଁ ଦ୍ୱାର ଖୋଲିବାରେ ବିଳମ୍ବ କରି ନଥିଲେ ।  ଲାଲୁଙ୍କ ସାଂସଦ ଝିଅ ମିସା ଭାରତୀ  କହିଛନ୍ତି ଯେ, ନୀତୀଶ କୁମାର ତାଙ୍କ ପରିବାରର ସଦସ୍ୟ। ତାଙ୍କ ପାଇଁ କବାଟ ସବୁବେଳେ ଖୋଲା ଅଛି ।