କନକବ୍ୟୁରୋ : ସରକାରୀ ଡ୍ୟୁଟିରେ ଥିବା ଜଣେ ମହିଳା ଅତିରିକ୍ତ ତହସିଲଦାରଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ । ଜଣେ ପଞ୍ଚାୟତ ନିର୍ବାହୀ ଅଧକାରୀଙ୍କ ନାଁରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ଥାନାରେ ମାମଲା ରୁଜୁ ହେବା ଜାଣିବା ପରେ ଅଭିଯୁକ୍ତ ପିଇଓ ବିଷପିଇ ଦେଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍କେସିଜି ଆଇସିୟୁରେ ଭର୍ତ୍ତି କରାଯାଇଛି ।
ଅଧିକ ପଢନ୍ତୁ... ପୁଣି ଥରେ ବାର୍ଡ ଫ୍ଲୁ ଭୂତାଣୁର ଭୟ : ଜାଣନ୍ତୁ କିପରି ରହିବେ ସତର୍କ
ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମି ମହୋତ୍ସବ ପ୍ରଥମ ଦିନରେ । ଗତ ୩ ତାରିଖରେ ବେଳାଭୂମି ମହୋତ୍ସବ ଉଦ୍ଘାଟନ ଉତ୍ସବ ଅବସରରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜଣେ ମହିଳା ଅତିରିକ୍ତ ତହସିଲଦାର ଡ୍ୟୁଟିରେ ଥିଲେ । ଭିଡ଼ ଭିତରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ତାଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଯୌନ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି ।
ଉଚ୍ଚ ଅଧିକାରୀ ଓ ଥାନାରେ ଏନେଇ ପୀଡ଼ିତା ଲିଖିତ ଅଭିଯୋଗ କରିଛନ୍ତି । ଗୋଳନ୍ଥରା ଥାନାରେ ଏ ସମ୍ପର୍କିତ ଏକ ମାମଲା ରୁଜୁ ହୋଇଛି। ବିଭାଗୀୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନିକଟରେ ପୀଡ଼ିତା ଅଭିଯୋଗ କରିବା ପରେ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ , ଘଟଣା ସମୟର ଭିଡିଓ ଫୁଟେଜ୍ ସଂଗ୍ରହ କରାଯାଉଥିବା ଜଣାପଡ଼ିଛି। । ଅନ୍ୟପଟେ ଥାନାରୁ ଡକରା ପାଇ ପିଇଓ ଜଣକ ବିଷପିଇ ଦେଇଛନ୍ତି । ପରିବାର ତରଫରୁ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍କେସିଜିରେ ଭର୍ତ୍ତି କରାଯାଇଛି । ସଙ୍କଟାପନ୍ନ ଅବସ୍ଥାରେ ସେ ଆଇସିୟୁରେ ଅଛନ୍ତି । ୩ ଜଣିଆ ଡାକ୍ତରୀଦଳ ତାଙ୍କର ଚିକିତ୍ସା କରୁଛନ୍ତି । ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଥିବା ବରିଷ୍ଠ ଅଧିକାରୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/07/mkcg-2026-02-07-09-11-24.jpg)