ଚଢ଼ାଉ ପାଇଁ ନିଜେ ଗ୍ରାହକ ବେଶରେ ଯାଇଥିଲେ ଥାନା ଅଧିକାରୀ  ; ବାଙ୍କୀ କଳାପଥରରେ ସେକ୍ସ ରାକେଟ୍ ଠାବ, ୨ ଯୁବକ, ଯୁବତୀ ଗିରଫ

ବାଙ୍କୀ କଳାପଥରରେ ସେକ୍ସ ରାକେଟ୍ ଠାବ । ବିଳମ୍ବିତ ରାତିରେ ଚଢ଼ଉ କରି ୨ ଯୁବକ, ଯୁବତୀଙ୍କୁ ଗିରଫ କଲା ବୈଦେଶ୍ୱର ପୋଲିସ । ଚଢ଼ାଉ ପାଇଁ ନିଜେ ଗ୍ରାହକ ବେଶରେ ଯାଇଥିଲେ ଥାନା ଅଧିକାରୀ  ।

1aaaaaa

କନକ ବ୍ୟରୋ: ବାଙ୍କୀରେ ସେକ୍ସ ରାକେଟ ଠାବ। ବୈଦେଶ୍ୱର ଥାନା କଳାପଥର ଅଞ୍ଚଳରେ ଏକ ଓୟୋ ହୋଟେଲରେ ଚାଲିଥିଲା ଦେହ ବ୍ୟବସାୟ। ବିଳମ୍ବିତ ରାତିରେ ଗ୍ରାହକ ବେଶରେ ଯାଇ ଦୁଇ ଯୁବକଙ୍କୁ କାବୁ କରିଛନ୍ତି ବୈଦେଶ୍ୱର ଥାନା ଅଧିକାରୀ ପ୍ରିୟ ଦର୍ଶନ ସେଠୀ । ଦୁଇ ଜଣ ଦେହଜୀବୀଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ । ହୋଟେଲରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ଦୀର୍ଘ ଦିନରୁ ଏଠାରେ ସେକ୍ସ ରାକେଟ ଚାଲିଥିବା ନେଇ ଅଭିଯୋଗ ହେବା ପରେ ପୋଲିସ ଚଢ଼ାଉ କରିଥିଲା । ପୋଲିସର ଏଭଳି ଚଢ଼ାଉକୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe