କନକ ବ୍ୟୁରୋ : ରାଜଧାନୀ ଛାତିରେ ଚାଲିଥିଲା ସେକ୍ସ ରାକେଟ । ଭଡ଼ା ଘରେ ରାଣୀ ମହୁମାଛି ୧୦ରୁ ଅଧିକ ଯୁବତୀଙ୍କୁ ରଖି ଚଳାଇଥିଲା ଅନୈତିକ କାରବାର । ଅଭିଯୋଗ ପରେ, ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରେଡ କରି ୪ ଜଣକୁ ଉଦ୍ଧାର କରିଛି । ଉକ୍ତ ଘରକୁ ତାଲା ପକାଇ ତଦନ୍ତ ଆରମ୍ଭ କରିଛି । ତେବେ ନୟାଗଡର ରାଣୀ ମହୁମାଛି ନାବାଳିକାଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ କରିବା ପରେ, ଆକ୍ସନ ମୋଡରେ ପୁଲିସ ।

Advertisment

ଖଣ୍ଡଗିରି ଅଞ୍ଚଳର ଏକ ଘର ଭିତରେ ଚାଲୁଥିଲା ସେକ୍ସ ରାକେଟ । ଘର ବାହାରେ ଝୋଟି, ଅରୁଆ ଚାଉଳ ସାଙ୍ଗକୁ ଗେଣ୍ଡୁ ଫୁଲ । ହେଲେ ଘର ଭିତରେ ମାତିଥିଲେ ଦେହ ଦଲାଲ । ରାତି ହେଲେ ଲାଗୁଥିଲା ଲମ୍ୱା ଲମ୍ୱା ଗାଡି। ଦିନ ତମାମ ବେଧଡକ ଚାଲିଥିଲା ଅନୈତିକ କାରବାର । ଦିନେ କି ଦୁଇ ଦିନ ନୁହେଁ ମାସ ମାସ ଧରି ସେଠି ଆଡ୍ଡା ଜମାଇଥିଲେ ଦଲାଲ । ଆଉ ଏହାର ମାଷ୍ଟର ମାଇଣ୍ଡ ଥିଲା ଜଣେ ମହିଳା ।

ନୟାଗଡର ଜଣେ ରାଣୀ ମହୁମାଛିର ଇଙ୍ଗିତରେ ଚାଲିଥିଲା ସେକ୍ସ ରାକେଟ । ସବୁଠୁ ବଡ କଥା ହେଉଛି ନାବାଳିକାଙ୍କୁ ବି ଛାଡୁ ନଥିଲେ ଏହି ଦଲାଲ । ଯୁବତୀଙ୍କ ସହ ନାବାଳିକା ମାନଙ୍କୁ ପଲଙ୍କ ସେବା ପାଇଁ ବାଧ୍ୟ କରୁଥିଲେ ଦଲାଲ । ଏଭଳି ଖବର ପାବା ପରେ, ଘଟଣା ସ୍ଥଳରେ ଖଣ୍ଡଗିରି ପୁଲିସ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରିଛି ।

ସେପଟେ ଉଦ୍ଧାର ହୋଇଥିବା ଯୁବତୀଙ୍କ ଭିତରେ ରହିଛନ୍ତି କିଛି ନାବାଳିକା । ନାବାଳିକାଙ୍କ ବୟାନ ରେକର୍ଡରୁ ପୁଲିସକୁ ମିଳିଛି ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ । ଅକଥନୀୟ ଅତ୍ୟାଚାର ସହ ରାଣୁ ମହୁମାଛିର ପୁଅ ବି ରଖୁଥିଲା ଶାରିରୀକ ସଂପର୍କ । ବିବାହ କରି ବୋହୂ କରିବେ ବୋଲି କହି ନାବାଳିକାଙ୍କୁ ଘର ଭିତରେ ରଖିଥିଲେ ରାଣୀ ମହୁମାଛି ଜଣକ । ତେବେ ପକସୋ, ଟ୍ରାଫିକିଂ ଏବଂ ଦୁଷ୍କର୍ମ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି ।

ଏଠାରେ ପ୍ରଶ୍ନ ଉଠୁଛି କିଏ ଏହି ରାଣୀ ମହୁମାଛି । ନୟାଗଡ଼ରୁ ଆସି ରାଜଧାନୀରେ ସେକ୍ସ ରାକେଟ ଚଳାଇବା ପଛର ମାଷ୍ଟର ମାଇଣ୍ଡ କିଏ । କେଉଁ ସ୍ୱାର୍ଥରେ ଏବଂ କାହା ସେବାରେ ଲାଗୁଥିଲେ ଏହି ନାବାଳିକା । ରେଜିଷ୍ଟର ଓ ମୋବାଇଲ ଲିଷ୍ଟରୁ ଗରାଖଙ୍କ ତାଲିକା ପ୍ରସ୍ତୁତ କରି ଖୋଜୁଛି ପୁଲିସ ।