ବୈକୁଣ୍ଠଧାମରେ ଚାଲୁଥିଲା ସେକ୍ସ ରାକେଟ ? ଅଭିଯୋଗ ଆଣିଲେ ଜନୈକ ବ୍ୟକ୍ତି

ବିବାଦୀୟ ବୈକଣ୍ଠ ଧାମ ଆଶ୍ରମରେ ଚାଲିଥିଲା କି ସେକ୍ସ ରାକେଟ? କାଶୀନାଥଙ୍କ ଘନିଷ୍ଠ ସହଯୋଗୀ କେ.କ୍ରିଷ୍ଣାନନ୍ଦ ମହିଳାଙ୍କୁ ନେଇ ଫେରାର ହୋଇଥିବା ଅଭିଯୋଗ ।  ଚର୍ଚ୍ଚାରେ ଆଶ୍ରମରେ ରହୁଥିବା ହରିୟାଣାର ମହିଳା ଭିକି ମାଆ । ସେପଟେ ସାମ୍ନାକୁ ଆସିଲା କଳକୀ ଓରଫ ଅନନ୍ତ ମାଧବର ନୂଆ ଫଟୋ ।  

28ash

କନକ ବ୍ୟୁରୋ: ବିବାଦୀୟ ବୈକୁଣ୍ଠଧାମ ଆଶ୍ରମରେ ଚାଲିଥିଲା କି ସେକ୍ସ ରାକେଟ୍? ପୁଣି ବୈକୁଣ୍ଠ ଧାମ ଓ ଆତ୍ମଘୋଷିତ ବାବା କାଶୀନାଥଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଆଶ୍ରମ ଆଳରେ ସେକ୍ସ ରାକେଟ ଚାଲୁଥିବା ଅଭିଯୋଗ ହୋଇଛି । 

ଆତ୍ମଘୋଷିତ ବାବା କାଶୀନାଥଙ୍କ ଅତି ନିକଟତର ଶିଷ୍ୟ କେ କ୍ରୀଷ୍ଣା ନନ୍ଦ ପ୍ରଭୁ, ବାବା କାଶୀନାଥ, କାଶୀନାଥଙ୍କ ପୁଅ ସତୀଶ ଓରଫ ଅନନ୍ତ ମାଧବ, ପାଣ୍ଡବ ପରିଡା, ମୋହନ ବେହେରା ଓ ହରିଆଣାର ଭିକି ନାମକ ମହିଳାଙ୍କ ନାଁରେ ଅଭିଯୋଗ ହୋଇଛି । ଏହାସହ ପେଜୁ ଓ ସୁଧୀର ନାମକ ଅନ୍ତେବାସୀଙ୍କ ନାଁରେ ମଧ୍ୟ ସହିଦନଗର ଥାନାରେ ଅଭିଯୋଗ ହୋଇଛି ।  

କୃଷ୍ଣ ନନ୍ଦ ପ୍ରଭୁ ନାମକ ଜଣେ ବ୍ୟକ୍ତି ଜୀତେନ କୁମାର ଗିରିଙ୍କ ପତ୍ନୀଙ୍କୁ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏଥିରେ ବାବା କାଶୀନାଥଙ୍କ ସମ୍ପୃକ୍ତି ଥିବା ନେଇ ସେ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏହି ନୂଆ ଚେହରା ସାମ୍ନାକୁ ଆସିଥିବା ବେଳେ ଏମାନେ କିଏ ସେନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । କିଏ ସେ କେ କ୍ରୀଷ୍ଣା ନନ୍ଦ ପ୍ରଭୁ? କିଏ ସେ ଭିକି ମା’? କ’ଣ ଥିଲା ଭିକି ମା’ଙ୍କ ଭୂମିକା? ହରିୟାଣାର ଭିକି ମା’ ଆଶ୍ରମରେ କରୁଥିଲେ କ’ଣ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe