କନକ ବ୍ୟୁରୋ:  କିଶୋରାବସ୍ଥାରେ ପ୍ରେମ ଅପରାଧ କି? ଚପଳମତି ବୟସରେ ପ୍ରେମ ହେଲେ କ’ଣ ହେବ? ଝିଅର ବୟସ ଯଦି ୧୮ ବର୍ଷ ହେବାକୁ ଗୋଟିଏ ଦିନ ବି ବାକି ଥିବ ଆଉ କୌଣସି ପୁରୁଷ ସହ ପ୍ରେମ କରି ବସିଥିବେ, ତେବେ ସେ ପୁଅର ଭବିଷ୍ୟତ କ’ଣ ହେବ? ଏଭଳି ଅନେକ ପ୍ରଶ୍ନ ଆଜି ଆମ ଚାରିପାଖରେ ଘୁରି ବୁଲୁଛି। ଦେଶର ସର୍ବୋଚ୍ଚ ଅଦାଲତ ବି ଏ ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି। ଦେଶରେ ପକ୍ସୋ ମାମଲା ସଂଖ୍ୟା ବଢି ଚାଲିଛି । ନାବାଳିକାଙ୍କୁ ପ୍ରେମ କରି ବି ଫସି ଯାଉଛନ୍ତି ଅନେକ ପୁରୁଷ। ବୟସର ସାମାନ୍ୟ ତାରତମ୍ୟ ବି ଅନେକ ପୁଅଙ୍କ ଜୀବନକୁ ବନ୍ଦୀ କରି ଦେଉଛି। ପଶ୍ଚିମବଙ୍ଗର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଆବେଦନ ବିଚାର ବେଳେ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି । ସମ୍ପୃକ୍ତି ଯୁବତୀଙ୍କୁ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କୁ ପ୍ରେମ କରୁଥିବା ଯୁବକକୁ ପୁଲିସ ଗିରଫ କରିଥିଲା । ଆଉ ସେବେଠାରୁ ଯୁବତୀଙ୍କ ପୁରୁଷବନ୍ଧୁ ଜେଲ୍‌ରେ। ଏଭଳି ମାମଲାରେ ସମ୍ବେଦନଶୀଳ ହେବା ଦରକାର ବୋଲି ସୁପ୍ରିମକୋର୍ଟ ହୃଦୟଙ୍ଗମ କରିବା ସହ ଦେଶରେ ଯୌନଶିକ୍ଷା ଆବଶ୍ୟକ ବୋଲି କହିଛନ୍ତି । କିଶୋରାବସ୍ଥାରେ ପ୍ରେମ ଓ ଯୌନ ସମ୍ପର୍କ କିପରି ପକ୍ସୋ ମାମଲା ବଢ଼ାଉଛି, ତାହାର ଏଭଳି ଅନେକ ଉଦାହରଣ ରହିଛି । ଯାହାକୁ ନେଇ ଅଭିଭାବକ ମହଲରେ ବି ଚିନ୍ତା ବଢ଼ିଛି ।  

Advertisment

କିଶୋର କିଶୋରୀଙ୍କୁ ଯୌନ ଶିକ୍ଷା!
ଚିନ୍ତା ବଢ଼ାଉଛି କିଶୋରାବସ୍ଥାରେ ଯୌନ ସମ୍ପର୍କ 
କିଶୋର ବୟସରେ ପ୍ରେମଜନିତ ଅପରାଧ ବଢୁଛି
ଚପଳମତି ନାବାଳକ/ନାବାଳିକା ଫସି ଯାଉଛନ୍ତି
କିଶୋର ପ୍ରେମରେ ଘରୁ ଲୁଚି ପଳାଉଛନ୍ତି ପ୍ରେମୀ
କିଶୋରାବସ୍ଥା ପ୍ରେମକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
କିଶୋରାବସ୍ଥାରେ ଯୌନ ଶିକ୍ଷା ଦିଆଯିବା ଦରକାର
ଦେଶରେ ଆଇନ୍‌ର ସମୀକ୍ଷା ହେବା ସମୟ ଆସିଛି
ପ୍ୟାନେଲ ଗଢ଼ି ଜୁଲାଇ ୧୫ ସୁଦ୍ଧା ରିପୋର୍ଟ ନିର୍ଦ୍ଦେଶ
ମହିଳା ଓ ଶିଶୁ କଲ୍ୟାଣ ବିଭାଗ କମିଟି ଗଠନ କରିବ
ଦିଲ୍ଲୀ, ମାଡ୍ରାସ୍‌, କୋଲକାତା ହାଇକୋର୍ଟଙ୍କ ଚିନ୍ତାବ୍ୟକ୍ତ
ପୋକ୍ସୋ ଆଇନ୍‌ର ଅପବ୍ୟବହାର ରୋକିବାକୁ ପଡ଼ିବ
ପୋକ୍ସୋ ଆଳରେ କିଶୋର କିଶୋରୀ ବଳି ନ ପଡ଼ନ୍ତୁ
ପୋକ୍ସୋ ଆଇନ୍‌ର ଅସଲ ଉଦ୍ଦେଶ୍ୟ କାର୍ଯ୍ୟକାରୀ ହେଉ
କିଶୋରାବସ୍ଥା ପ୍ରେମକୁ ସୁରକ୍ଷା ମିଳିବା ଆବଶ୍ୟକ
ଶିକ୍ଷା ବ୍ୟବସ୍ଥା ଯୌନ ଶିକ୍ଷାକୁ ଅନ୍ତର୍ଭୂକ୍ତ କରିବା ଜରୁରି
କିଶୋରାବସ୍ଥାରେ ସମସ୍ତେ ଯୌନଶିକ୍ଷା ଜାଣିବା ଦରକାର
ଯୌନଶିକ୍ଷା ନଥିବାରୁ ପଥଭ୍ରଷ୍ଟ ହେଉଛନ୍ତି ଯୁବପିଢ଼ି
ଅଶ୍ଳୀଳ ଇଙ୍ଗିତ, ଶରୀର ସ୍ପର୍ଶ ବି ପୋକ୍ସୋରେ ମାମଲା
ଯୌନ ନିର୍ଯାତନା ହୋଇନଥିଲେ ବି ପୋକ୍ସୋ ମାମଲା
ଦେଶସାରା ଭୀଷଣ ମାତ୍ରାରେ ବଢୁଛି ପୋକ୍ସୋ ମାମଲା