କନକ ବ୍ୟୁରୋ : କଟକ ସହର ପାଇଁ ବର୍ଷା ସବୁବେଳେ ବିପଦ ଆଣୁଛି । ଗତକାଲି ଅଧଘଣ୍ଟାର  ବର୍ଷାରେ ମାଲଗୋଦାମ ବ୍ୟବସାୟୀ ବ୍ୟାପକ କ୍ଷତି ସହିଛନ୍ତି ।  ବର୍ଷା ଫଳରେ ନାଳ ନର୍ଦ୍ଦମା ପାଣି ଉଛୁଳି ଗୋଦାମରେ ପଶି ଯିବାରୁ ବହୁ ପରିମାଣର ଡାଲି, ଚାଉଳ, ଚୁଡ଼ା ଓ ସୋୟା ବଡ଼ି ନଷ୍ଟ ହୋଇଛି। ସେହିପରି ବଡ଼ ମେଡିକାଲ, ବାଦମବାଡ଼ି, ଉଉସା ପାଟଣାରେ ପାଣି ଜମି ଯାଇଥିଲା । ଯଦି ଅଦିନ ବର୍ଷାରେ କଟକ ସହରରେ ଏଭଳି ଅବସ୍ଥା ହେଉଛି, ତେବେ ବର୍ଷାଦିନ କଥା ନକହିବା ଭଲ । 

Advertisment

ଏଭଳି ଘଟଣା କେବଳ ଏହି ପ୍ରଥମ ଥର ହୋଇନାହିଁ । ଟିକେ ଅଧିକ ବର୍ଷା ହେଲେ କଟକ ସହରରେ ଏଭଳି ଘଟୁଛି । ଏବେ ତାଳଦଣ୍ଡା କେନାଲ୍ ସମ୍ପ୍ରସାରଣ ଚାଲିଥିବାରୁ ନାଳଗୁଡ଼ିକ ବନ୍ଦ କରି ଦିଆଯାଇଛି। ମାଲ୍‌ଗୋଦାମ ପଛପଟରୁ ଷ୍ଟେସନ୍ ବଜାର ଓ କଲେଜ ଛକ ଦେଇ ମତ୍ତଗଜପୁର ଯାଏ ଲମ୍ବିଥିବା ଡ୍ରେନ୍ ବି ସଫା ହେଉନାହିଁ।  ଫଳରେ ମାଲ୍‌ଗୋଦାମ ସ୍ଥିତି ଅଧିକ ଜଟିଳ ହୋଇପଡୁଛି। କଟକ ସହରକୁ କେବଳ ଉପରୁ ଚକାଚକ୍ କରି ଦିଆଯାଉଥିବା ବେଳେ ଡ୍ରେନ ସମସ୍ୟା  ଉପରେ କାହାର ନଜର ପଡୁନାହିଁ । ସମସ୍ୟାର ସ୍ଥାୟୀ ସମାଧାନ କେବେ?