ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ, ଘଣ୍ଟାକୁ ୮୦ କିମି ବେଗରେ ବହିଲା ପବନ

Advertisment

ଦିଲ୍ଲୀରେ ଭୟଙ୍କର ବର୍ଷା । ବିଶେଷକରି ଏନ୍‌ସିଆର୍‌ ଅଞ୍ଚଳରେ ବୁଧବାର ସଂଧ୍ୟାରେ ପ୍ରବଳ ଝଡ଼ତୋଫାନ ହୋଇଛି। ସଫଦରଜଙ୍ଗ ଅଞ୍ଚଳରେ ଘଣ୍ଟାକୁ ୮୦ କିଲୋମିଟର ବେଗରେ ପବନ ବହିବା ରେକର୍ଡ ହୋଇଛି ।

ଦିଲ୍ଲୀରେ ଭୟଙ୍କର ବର୍ଷା । ବିଶେଷକରି ଏନ୍‌ସିଆର୍‌ ଅଞ୍ଚଳରେ ବୁଧବାର ସଂଧ୍ୟାରେ ପ୍ରବଳ ଝଡ଼ତୋଫାନ ହୋଇଛି। ସଫଦରଜଙ୍ଗ ଅଞ୍ଚଳରେ ଘଣ୍ଟାକୁ ୮୦ କିଲୋମିଟର ବେଗରେ ପବନ ବହିବା ରେକର୍ଡ ହୋଇଛି ।

5-Rain

କନକ ବ୍ୟୁରୋ: ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ ।  ଦିଲ୍ଲୀରେ ଭୟଙ୍କର ବର୍ଷା । ବିଶେଷକରି ଏନ୍‌ସିଆର୍‌ ଅଞ୍ଚଳରେ ବୁଧବାର ସଂଧ୍ୟାରେ ପ୍ରବଳ ଝଡ଼ତୋଫାନ ହୋଇଛି। ସଫଦରଜଙ୍ଗ ଅଞ୍ଚଳରେ ଘଣ୍ଟାକୁ ୮୦ କିଲୋମିଟର ବେଗରେ ପବନ ବହିବା ରେକର୍ଡ ହୋଇଛି । କିଛି ଜାଗାରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ଝଡ଼ତୋଫାନରେ ଗଛ ଉପୁଡ଼ିଛି । ହୋର୍ଡିଂ ଭାଙ୍ଗି ରାସ୍ତା ଉପରେ ପଡ଼ିଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀ ଅଗ୍ନିଶମ ବାହିନୀକୁ ୨୫ରୁ ଅଧିକ ଫୋନ୍ କଲ୍ ଆସିଥିଲା । ବିଶେଷକରି ବିଭିନ୍ନ ଜାଗାରେ ଗଛ ଭାଙ୍ଗି ପଡ଼ିବା ନେଇ ଏଥିରେ ଲୋକମାନେ ଜଣାଇଥିଲେ । ଖାଲି ସଡ଼କପଥରେ ଯାତାୟାତ ବାଧାପ୍ରାପ୍ତ ହୋଇନି, ବରଂ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ବହୁ ଉଡ଼ାଣକୁ ବାତିଲ କରାଯାଇଥିଲା, ବା ବିଳମ୍ବରେ ଉଡ଼ାଣ ପାଇଁ ଅନୁମତି ମିଳିଥିଲା । କିଛି ଦିନ ତାତିରେ ସନ୍ତୁଳି ହେବା ପରେ ଏହି ବର୍ଷାରୁ ଦିଲ୍ଲୀବାସୀଙ୍କୁ କିଛିଟା ଆଶ୍ବସ୍ତି ମିଳିଛି । ହେଲେ ଝଡ଼ତୋଫାନ ବିଭିନ୍ନ ଜାଗାରେ କ୍ଷୟକ୍ଷତି କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe