ନେପାଳରେ ଭୟଙ୍କର ଜଳପ୍ରଳୟ । ବଢୁଛି ମୃତ୍ୟୁ ସଂଖ୍ୟା

ନେପାଳରେ ଭୟଙ୍କର ଜଳପ୍ରଳୟ। ପ୍ରବଳ ବର୍ଷା ପରେ ବନ୍ୟା ଓ ଭୂସ୍ଖଳନ। ୧୭୦ରେ ପହଞ୍ଚିଲାଣି ମୃତ୍ୟୁ ସଂଖ୍ୟା। ଏବେବି ୪୨ ଜଣ ନିଖୋଜ ଅଛନ୍ତି

2444

କନକବ୍ୟୁରୋ: ନେପାଳରେ ଭୟଙ୍କର ଜଳପ୍ରଳୟ। ପ୍ରବଳ ବର୍ଷା ପରେ ବନ୍ୟା ଓ ଭୂସ୍ଖଳନ। ୧୭୦ରେ ପହଞ୍ଚିଲାଣି ମୃତ୍ୟୁ ସଂଖ୍ୟା । ଏବେବି ୪୨ ଜଣ ନିଖୋଜ ଅଛନ୍ତି । ଭୂସ୍ଫଳନ ପରେ ମାଟି ତଳୁ ଚାଲିଛି ମଣିଷ ଖୋଜା । ଯବାନ, ପୋଲିସଙ୍କ ସମେତ ସବୁ ସୁରକ୍ଷା ଏଜେନ୍ସି ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି । ଭୂସ୍ଫଳନରେ ଗୋଟିଏ ବସ୍‌ ଫସିରହିଥିବା ଦେଖିବାକୁ ମିଳିଛି ।

ବର୍ଷା ବିତ୍ପାତ ଓ ବନ୍ୟାରେ ୩୦୦ରୁ ଅଧିକ ଲୋକ ବେଘର ହୋଇଛନ୍ତି । ୧୬ଟି ପୋଲ କ୍ଷତିଗ୍ରସ୍ତ ହୋଇଛି। ୪୦ରୁ ୪୫ ବର୍ଷ ତଳର ପୁରୁଣା କାଠମାଣ୍ଡୁ ଘାଟିରେ ଏଭଳି ପ୍ରଳୟଙ୍କରୀ ବନ୍ୟା କେବେବି ହୋଇନଥିଲା।

ନେପାଳ ସେନା ଆକାଶମାର୍ଗରୁ ୧୬୨ ଜଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ପ୍ରଭାବିତ ହୋଇଥିବା ୪ ହଜାର ଲୋକଙ୍କୁ ନେପାଳ ସେନା ଓ ନେପାଳ ପୋଲିସ ଉଦ୍ଧାର କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe