କନକବ୍ୟୁରୋ:ପ୍ରବଳ ବର୍ଷାରେ ବିହାରରେ ଭୟାବହ ସ୍ଥିତି। ୪ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କର୍ତ୍ତୃପକ୍ଷ ବନ୍ୟା ସତର୍କ ସୂଚନା ଜାରି କରିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ନେଇ ଉଦ୍ୟମ ଜାରି ରହିଛି । ପ୍ରାୟ ୧୩ଟି ଜିଲ୍ଲାର ୧୬ ଲକ୍ଷ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।
ବନ୍ୟା ପ୍ରଭାବିତ ଅଂଚଳରେ ଶିକ୍ଷାନୁଷ୍ଠାନ ବନ୍ଦ ରହଛି। ନଦୀବନ୍ଧଗୁଡ଼ିକ ଉପରେ ସତର୍କ ନଜର ରଖାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଏବଂ କେନ୍ଦ୍ରୀୟ ବିହାରରେ ନଦୀଗୁଡ଼ିକରେ ବନ୍ୟା ସ୍ଥିତି ଦେଖାଦେଇଛି ।
ଜିଲ୍ଲା ପ୍ରଶାସନ ଓ ଜଳସମ୍ପଦ ବିଭାଗ ପକ୍ଷରୁ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯାଇ ନଦୀବନ୍ଧ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି ।
କୋସି ବ୍ୟାରେଜ ନିକଟରେ ଯାନବାହନ ଚଳାଚଳ ବନ୍ଦ ରହିଛି । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ନଦୀଗୁଡ଼ିକ ମଧ୍ୟରେ ଗଣ୍ଡକ, କୋସି, ବାଗମତୀ, ବୁଢ଼ୀ ଗଣ୍ଡକ, କମଳା ବାଲାନ, ମହାନନ୍ଦା ଏବଂ ଗଙ୍ଗା ନଦୀ ରହିଥିବାରୁ ଉତ୍ତର ବିହାରର ୮ଟି ଜିଲ୍ଲାର ୩୧ଟି ବ୍ଲକ୍ରେ ଉଦ୍ବେଗଜନକ ସ୍ଥିତି ଦେଖିବାକୁ ମିଳିଛି ।
ନେପାଳରେ ପ୍ରବଳ ବର୍ଷା ଯୋଗୁଁ ଗଣ୍ଡକ, କୋଶୀ, ମହାନନ୍ଦା ଆଦି ନଦୀରେ ଜଳସ୍ତର ସାଂଘାତିକ ଭାବେ ବଢ଼ିଛି। ନେପାଳରେ ଲଗାଣ ବର୍ଷା ଯୋଗୁଁ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।