ବାଲେଶ୍ବରରେ ପୁଣି ବନ୍ୟା  ; ବିପଦ ସଙ୍କେତ ଉପରେ ଜଳକା, ବୁଢ଼ାବଳଙ୍ଗ

ବାଲେଶ୍ବରରେ ପୁଣି ବନ୍ୟା ଆଶଙ୍କା । ବିପଦ ସଂକେତ ଉପରେ ବହୁଛି ଜଳକା । ସତର୍କ ସଂକେତ ଟପିଲା ବୁଢ଼ାବଳଙ୍ଗ । ଆଜି ପୁଣି ବର୍ଷା ନେଇ ପୂର୍ବାନୁମାନ ।

11

କନକ ବ୍ୟୁରୋ: ବାଲେଶ୍ବରରେ ପୁଣି ବନ୍ୟା ଆଶଙ୍କା  । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୭୧ ମିଟର ରେ ପ୍ରବାହିତ ହେଉଛି । ବୁଢ଼ାବଳଙ୍ଗ ନଦୀର ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବଢୁଛି ଉଭୟ ନଦୀର ଜଳସ୍ତର ବଢୁଛି । ବୁଢ଼ାବଳଙ୍ଗ ନଦୀରେ ସତର୍କ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ସେପଟେ ସୁବର୍ଣ୍ଣରେଖାରେ ଜଳସ୍ତର ମଧ୍ୟ ଜଳସ୍ତର ଅଧିକ ରହିଛି । ତେଣୁ ବାଲେଶ୍ବର ଜିଲ୍ଲାର ସବୁ ଅଧିକାରୀ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe