କନକ ବ୍ୟୁରୋ: ବାଲେଶ୍ବରରେ ପୁଣି ବନ୍ୟା ଆଶଙ୍କା । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୭୧ ମିଟର ରେ ପ୍ରବାହିତ ହେଉଛି । ବୁଢ଼ାବଳଙ୍ଗ ନଦୀର ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବଢୁଛି ଉଭୟ ନଦୀର ଜଳସ୍ତର ବଢୁଛି । ବୁଢ଼ାବଳଙ୍ଗ ନଦୀରେ ସତର୍କ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ସେପଟେ ସୁବର୍ଣ୍ଣରେଖାରେ ଜଳସ୍ତର ମଧ୍ୟ ଜଳସ୍ତର ଅଧିକ ରହିଛି । ତେଣୁ ବାଲେଶ୍ବର ଜିଲ୍ଲାର ସବୁ ଅଧିକାରୀ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବାଲେଶ୍ବରରେ ପୁଣି ବନ୍ୟା ; ବିପଦ ସଙ୍କେତ ଉପରେ ଜଳକା, ବୁଢ଼ାବଳଙ୍ଗ
ବାଲେଶ୍ବରରେ ପୁଣି ବନ୍ୟା ଆଶଙ୍କା । ବିପଦ ସଂକେତ ଉପରେ ବହୁଛି ଜଳକା । ସତର୍କ ସଂକେତ ଟପିଲା ବୁଢ଼ାବଳଙ୍ଗ । ଆଜି ପୁଣି ବର୍ଷା ନେଇ ପୂର୍ବାନୁମାନ ।
/kanak/media/media_files/2025/09/05/11-2025-09-05-08-35-46.jpg)