ଝରଣା ପାଣିରେ କଟୁଛି ଜୀବନ, ପାଣି ବୁନ୍ଦାଏ ପାଇଁ ଡହଳ ବିକଳ

Advertisment

ଗାଁ ଗାଁରେ ଜଳ କଷ୍ଟ । ଲୋକଙ୍କୁ ମିଳୁନି ପିଇବା ପାଣି । ଖତ ଖାଉଛି ସରକାରୀ ପାଣି ଟାଙ୍କି । ବଲାଙ୍ଗୀର ତୁରେକେଲା ବ୍ଲକ ବଡଡକଲା ଗ୍ରାମବାସୀଙ୍କ ପାଇଁ ବସୁଧା ଯୋଜନାରେ ନିର୍ମାଣ ହୋଇଛି ଓଭର ହେଡ୍ ପାଣି ଟାଙ୍କି ।  

ଗାଁ ଗାଁରେ ଜଳ କଷ୍ଟ । ଲୋକଙ୍କୁ ମିଳୁନି ପିଇବା ପାଣି । ଖତ ଖାଉଛି ସରକାରୀ ପାଣି ଟାଙ୍କି । ବଲାଙ୍ଗୀର ତୁରେକେଲା ବ୍ଲକ ବଡଡକଲା ଗ୍ରାମବାସୀଙ୍କ ପାଇଁ ବସୁଧା ଯୋଜନାରେ ନିର୍ମାଣ ହୋଇଛି ଓଭର ହେଡ୍ ପାଣି ଟାଙ୍କି ।  

Water Problem

କନକ ବ୍ୟୁରୋ: ଖରା ଦିନ ଆରମ୍ଭରୁ କନ୍ଦାଇଲାଣି ଜଳ କଷ୍ଟ। ପାନୀୟ ଜଳ ସଂକଟ ଦୂର କରିବାକୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । କେଉଁଠି ଝରଣା ପାଣି ପାଲଟିଛି ସାହାରା ତ ପୁଣି କେଉଁଠି ଗୋଟିଏ କୂଅ ଭରସାରେ ଚଳୁଛି ପୂରା ଗାଁ । ରାଜ୍ୟର ଅନେକ ଗାଁରେ ଏବେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।   

ଗାଁ ଗାଁରେ ଜଳ କଷ୍ଟ । ଲୋକଙ୍କୁ ମିଳୁନି ପିଇବା ପାଣି । ଖତ ଖାଉଛି ସରକାରୀ ପାଣି ଟାଙ୍କି । ବଲାଙ୍ଗୀର ତୁରେକେଲା ବ୍ଲକ ବଡଡକଲା ଗ୍ରାମବାସୀଙ୍କ ପାଇଁ ବସୁଧା ଯୋଜନାରେ ନିର୍ମାଣ ହୋଇଛି ଓଭର ହେଡ୍ ପାଣି ଟାଙ୍କି। ଜଳ ଯୋଗାଣ ପାଇଁ ପାଇପ୍‌ ଲାଇନ୍ ମଧ୍ୟ ସଂଯୋଗ କରାଯାଇଛି। ହେଲେ ପାଇପରେ ପାଣି ଆସୁନି । ୧ କୋଟି ୩୦ ହଜାର ଅନୁଦାନରେ ତିଆରି ହୋଇଥିବା ପାଣି ଟାଙ୍କି ଗାଁ ଲୋକଙ୍କ କାମରେ ଆସୁନି । ଗାଁରେ ଯେଉଁ କେତେଟା ନଳକୂଅ ଅଛି, ସେଥିରେ ବି ପାଣି ଆସୁନି । ଫଳରେ ପିଇବା ପାଣି ପାଇଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ। ସେପଟେ ଗ୍ରାମ୍ୟ ଜଳ ଯୋଗାଣ ଏସଡିଓ କହିଛନ୍ତି ଏ ଅଞ୍ଚଳ ଶୁଷ୍କ ହୋଇଥିବାରୁ ପାଣି ତଳକୁ ଖସି ଯାଉଛି । 

ସକାଳ ହେଲେ ପାଣି ପାଇଁ ଲାଗିଯାଏ ପ୍ରତିଯୋଗିତା । ଯିଏ ଆଗ ପହଞ୍ଚିବ, ପାଣି ମୁନ୍ଦାଏ ମିଳିବ । ନହେଲେ ଶୁଦ୍ଧ ପାଣି ଟିକିଏ ବି ପାଇବା କଷ୍ଟ । ମୟୂରଭଞ୍ଜ ଉଦଳା ବ୍ଲକ୍ ରିଆଦଳ ଗ୍ରାମବାସୀଙ୍କ ଜଳ କଷ୍ଟ କଥା କହିଲେ ନସରେ । ଗାଁରେ ୪୫ରୁ ଅଧିକ ପରିବାର ପାଇଁ ରହିଛି ଏକ ମାତ୍ର ନଳକୂପ । ହେଲେ ପ୍ରଥମେ ନେଉଥିବା ଲୋକ ଭାଗ୍ୟରେ ହିଁ ଜୁଟେ ସଫା ପାଣି । ନଳକୂପ ଖରାପ ହେଲେ ଗାଁ ପାଖ କୂଅ ହିଁ ଭରସା । 

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ନାକ୍ତତିରି ଗାଁ ଲୋକଙ୍କ ଏକ ମାତ୍ର ସାହାରା ଝରଣା ପାଣି। ପାହାଡ଼ ପର୍ବତ ଘେରା ଏହି ଗାଁରେ ନାହିଁ ପାନୀୟ ଜଳ ସୁବିଧା। ଫଳରେ ତିନି କିଲୋମିଟର ଦୂର ଝରଣା ପାଣି ଭରସାରେ କଟେ ଜୀବନ । ସେହିପରି ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ହରିଡାପଦା ଗାଁରୁ ବି ଆସିଛି ଜଳ କଷ୍ଟର ଭୟଙ୍କର ଚିତ୍ର। ପାଇପ୍‌ରେ ପାଣି ଆସୁନି, ନଳକୂଅ ବି ଅଚଳ। ଲୋକଙ୍କ ପାଇଁ ପିଇବି ପାଣି କହିଲେ ଗାଁ ମୁଣ୍ଡରେ ଥିବା ଦୂଷିତ କୂଅ ପାଣି । 

ବସୁଧା ଯୋଜନାରେ ଗାଁ ଗାଁରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ, ତାର ଫାଇଦା ରାଜ୍ୟବାସୀ ପାଇ ପାରୁନାହାନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe