ବାତ୍ୟାକୁ ନେଇ ବଡ ସୂଚନା ; ସାମାନ୍ୟ ରିକର୍ଭ କରିପାରେ ‘ଦାନା’

ଲ୍ୟାଣ୍ଡଫଲ ପରେ ସାମାନ୍ୟ ରିକର୍ଭ କରିପାରେ ଭୀଷଣ ବାତ୍ୟା । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାକୁ ମୁହାଁଇବା ସମ୍ଭାବନା । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା । ଲ୍ୟାଣ୍ଡଫଲ୍ ଓ ପବନର ବେଗ ଅପରିବର୍ତ୍ତିତ । 

16recurve

କନକ ବ୍ୟୁରୋ: ରିକର୍ଭ କରିବ ଭୀଷଣ ବାତ୍ୟା ଦାନା । ଲ୍ୟାଣ୍ଡଫଲ୍ କରିବା ପରେ ସାମାନ୍ୟ ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବା ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ପରେ ସାମାନ୍ୟ ରିକର୍ଭ କରିବ । ଏହା ପ୍ରଭାବରେ ବର୍ଷା ପରିମାଣ ବି ବୃଦ୍ଧି ପାଇବ ।

ସୂଚନା ଅନୁସାରେ, ଆଜି ରାତିରେ ସ୍ଥଳଭାଗ ଛୁଇଁବ ଦାନା । ଭୀଷଣ ବାତ୍ୟାରେ ପରିଣତ ହୋଇ ଓଡ଼ିଶା ଉପକୂଳ ମୁହାଁ ହୋଇଛି ବାତ୍ୟା । ବର୍ତ୍ତମାନ ଏହା ପାରାଦୀପଠାରୁ ୨୧୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ ଧାମରା ବନ୍ଦରଠାରୁ ୨୪୦ କିମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଘଣ୍ଟା‌ପ୍ରତି ୧୨ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଦାନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe