ଚମୋଲୀରେ ଭୟଙ୍କର ହିମସ୍ଖଳନ । ବରଫ ଚଟାଣ ତଳେ ଫଶିଛନ୍ତି ୪୦ରୁ ଅଧିକ ଶ୍ରମିକ ।

Advertisment

ଉଦ୍ଧାର କାର୍ଯ୍ୟରେ ବାଧକ ପ୍ରବଳ ତୁଷାରପାତ । ରାଜ୍ୟ ସରକାରଙ୍କ ସହ ଫୋନରେ କଥା ହୋଇ ସ୍ଥିତି ପଚାରିବୁଝିଲେ ପ୍ରତିରକ୍ଷା ଓ ଗୃହମନ୍ତ୍ରୀ ।

ଉଦ୍ଧାର କାର୍ଯ୍ୟରେ ବାଧକ ପ୍ରବଳ ତୁଷାରପାତ । ରାଜ୍ୟ ସରକାରଙ୍କ ସହ ଫୋନରେ କଥା ହୋଇ ସ୍ଥିତି ପଚାରିବୁଝିଲେ ପ୍ରତିରକ୍ଷା ଓ ଗୃହମନ୍ତ୍ରୀ ।

ବରଫ ତଳେ ଜୀବନର ସଂଘର୍ଷ

ବରଫ ତଳେ ଜୀବନର ସଂଘର୍ଷ Photograph: (kanakNews)

କନକ ବ୍ୟୁରୋ: ହଠାତ ବଦଳିଛି ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡର ପାଣିପାଗ ।ପ୍ରବଳ ତୁଷାରପାତ ପର୍ଯ୍ୟଟକଙ୍କ ପାଇଁ ଯେତିକି ଖୁସି କରେଇଛି ସେତିକି ସମସ୍ୟା ନେଇ ଆସିଛି ।ରାଜ୍ୟର ବିଭିନ୍ନ ସ୍ଥାନରେ ହିମସ୍ଖଳନ ହେବା ସହ କିଛି ସ୍ଥାନରେ ଶ୍ରମିକ ଫଶି ରହିଥିବା ସୂଚନା ମିଳିଛି ।ସେପଟେ ବରଫ ଜମାଟ ଭିତରେ ଶତାଧିକ ଯାନବାହାନ ଓ ଯାତ୍ରୀ ଫଶି ରହିଛନ୍ତି । ୫୦ରୁ ଅଧିକ ଶ୍ରମିକ ଫସିରହିଛନ୍ତି । ଉଭୟ ଉତ୍ତରାଖଣ୍ଡ  ଓ ହିମାଚଳରେ ହଠାତ ବଦଳିଛି ପାଣିପାଗ । ରାଜ୍ୟମାନଙ୍କରେ ଆରମ୍ଭ ହୋଇଛି ପ୍ରବଳ ତୁଷାରପାତ ସାଙ୍ଗକୁ, ହାଡଭଙ୍ଗା ଶୀତ, ବର୍ଷା ଓ ବନ୍ୟା । ଭୁସ୍ଖଳନ ଫଳରେ ପାହାଡରୁ ବଡ ବଡ ପଥରଖଣ୍ଡ ଖସିବା ସହ ବନ୍ୟା ପାଣି ଘର ଦ୍ବାରା ସବୁ କିଛି ଭାସୁଥିବା ଦୃଶ୍ୟ ବିଚଳିତ କରିଛି । 
 
ସୂଚନା ଅନୁସାରେ ଶୁକ୍ରବାର ଉତ୍ତରାଖଣ୍ଡ ଚମୋଲୀ ଗରୱାଲ ସେକ୍ଟରରେ ଭୟଙ୍କର ଭୁସ୍ଖଳନ ଘଟଣା ଘଟିଛି ।  ପାହାଡ ପାଦ କାମ କରୁଥିବା  ଶ୍ରମିକ ବରଫଖଣ୍ଡ ଭିତରେ ଫସିରହିଛନ୍ତି  । ଭାରତ ଚୀନ ସୀମା ନିକଟରେ ମାଣା ସହର ନିକଟରେ ଶ୍ରମିକ ମାନେ କାମ କରୁଥିବାବେଳେ ହଠାତ ଭୟଙ୍କର ଭୁସ୍ଖଳନ ଘଟିଛି ଓ   ଫସିଛନ୍ତି ଶ୍ରମିକ । ଏଠାରେ ଏକ ଖନନ କାମ ଚାଲିଥିବାବେଳେ ହଠାତ ଭୟଙ୍କର ଭୁସ୍ଖଳନ ଘଟିଥିଲା । କିଛି ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବାବେଳେ ବାକିଙ୍କୁ  ଯଥାଶିଘ୍ର ଉଦ୍ଧାର ପାଇଁ ପ୍ରୟାସ କରୁଛି ବିଆରଓ, ଭାରତୀୟ ସେନା, ଏନଡିଆରଏଫ ଟିମର ମିଳିତ ଟିମ ।
 

ଗ୍ରୀଷ୍ମ ଋତୁରେ ପର୍ଯ୍ୟଟକଙ୍କ ପାଇଁ ପ୍ରବଳ ତୁଷାରପାତ ଆଶ୍ବସ୍ତି ନେଇ ଆସିଥିବେଳେ ହଠାତ ବଦଳିଛି ପାଣିପାଗ ଓ ଦେଖିବାକୁ ମିଳିଛି ପ୍ରକୃତିର କରାଳ ରୂପ । ହିମାଚଳ ପ୍ରଦେଶର ସିମଲା, କୁଲ୍ଲୁ, ମନାଲି,ରାମପୁର, ରୋହଡୁ ସହ କିଛି ସହର ପାଇଁ ଅରେଷ୍ଟ ଆଲର୍ଟ ଜାରି କରାଯାଇଛି । ରାଜପଥରେ ଛିଡା ହୋଇଛି ଶତାଧିକ ସଂଖ୍ୟକ ଗାଡି । କେଉଁଠି ଯାନବାହାନ ଠପ ତ ପୁଣି କେଉଁଠି ଘରୁ ବାହାରିବା ମୁସ୍କିଲ ହୋଇପଡିଛି  । ଆଉ କେଉଁଠି ତାଣ୍ଡବ ରଚିଛି ଅଦିନିଆ ବର୍ଷା । ଆଗାମୀ ୩ରୁ ୪ଦିନ ସମାନ ପାଣିପାଗ ରହିବା ସହ ଲୋକଙ୍କୁ ସଜାଗ ରହିବା ସର୍ତକ କରାଇଛି ପାଣିପାଗ ବିଭାଗ । ସେପଟେ ଉତ୍ତରାଖଣ୍ଡ ପାଇଁ ମଧ୍ୟ ସମାନ ଆଲର୍ଟ ଜାରି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe