କନକ ବ୍ୟୁରୋ: ଆସ୍କା-ହିଞ୍ଜିଳି ଥାନା ଅନ୍ତର୍ଗତ ପିତ୍ତଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ସହ ପିଟିହେଲା ପିକଅପ୍ ଭ୍ୟାନ, ଦୁଇ ଶ୍ରମିକ ମୃତ, ଡ୍ରାଇଭର ଗୁରୁତର ସୂଚନା। ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ପରିବା ବୋଝେଇ ଏକ ପିକଅପ୍ ଭ୍ୟାନ ଭଣ୍ଡାରୀବସାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ପିତ୍ତଳ ଛକଠାରେ ଟ୍ରକକୁ ଓଭରଟେକ କରିବା ସମୟରେ ଏଭଳି ଦୁର୍ଘଟଣା ଘଟିଛି। ମୃତକ ଦୁଇ ଜଣ ସୁନ୍ଦରାପଲ୍ଲୀ ଗାଁର ସୁମନ ଗନ୍ତାୟତ ଓ ସରଧାପୁର ଗାଁର ଅଜିତ ବଡ଼ତ୍ୟା ବୋଲି ଜଣାପଡିଛି। ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଁଚି ଗାଡ଼ିର କାଚ କାଟି ଦୁଇ ମୃତଦେହ କାଢି ଶବ ବ୍ୟବଛେଦ୍ଦ ପାଇଁ ପଠାଇଛନ୍ତି। ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।