କୀର୍ତ୍ତନ ସାରି ଫେରିବାବେଳେ ବଡ ଦୁର୍ଘଟଣା ; ୬ ମୃତ, ୫ ଆହତ

ସୁୁନ୍ଦରଗଡ ହେମଗିରି ଥାନା ଗଏକନପାଲି ନିକଟରେ ବଡ ଦୁର୍ଘଟଣା । ଟ୍ରଲର ପଛପଟେ ପିଟିହେଲା ଟାଟା ମ୍ୟାଜିକ୍ । ୬ ମୃତ, ୫ ଆହତ । କୀର୍ତ୍ତନ ସାରି ଫେରୁଥିବାବେଳେ ଦୁର୍ଘଟଣା ।  ।

Screen Shot 2024-11-02 at 8.19.46 AM

କନକ ବ୍ୟୁରୋ: ସୁୁନ୍ଦରଗଡ ହେମଗିରି ଥାନା ଗଏକନପାଲି ନିକଟରେ ବଡ ଦୁର୍ଘଟଣା । ଟ୍ରଲର ପଛପଟେ ପିଟିହେଲା ଟାଟା ମ୍ୟାଜିକ୍ । ୬ ମୃତ, ୫ ଆହତ । କୀର୍ତ୍ତନ ସାରି ଫେରୁଥିବାବେଳେ ଦୁର୍ଘଟଣା । 

ସୂଚନା ମୁତାବକ, ଗଏକନପାଲି ଗାଁ ନିକଟରେ ରହିଛି ଚକାପାଲି ଗାଁରେ । ଏଠାରେ ଜଣଙ୍କ ଘରେ ସଙ୍କୀର୍ତ୍ତନ କରିବାକୁ ଯାଇଥିଲେ ଦଳ  । ହେଲେ ଫେରିବାବେଳକୁ ପାଖାପାଖି ରାତି ସାଢେ ୨ଟା ସମୟରେ ଗଏକନପାଲି ରାସ୍ତା କଡରେ ଏକ କୋଇଲା ବୋଝଇ ଟ୍ରଲର ଛିଡା ହୋଇଥିଲା । ଭାରସାମ୍ୟ ହରାଇ ଟ୍ରଲର ପଛପଟେ ପିଟିହୋଇଥିଲା ଟାଟା ମ୍ୟାଜିକ୍  । ଫଳରେ ଘଟଣାସ୍ଥଳରେ ୬ ଜଚ୍ଚଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ମୃତକ କନ୍ଦଗୋଡା ଗାଁ ଓ ସମରପିଣ୍ଡା ଗାଁର ବୋଲି ଜଣାପଡିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe