କନକ ବ୍ୟୁରୋ: ସୁୁନ୍ଦରଗଡ ହେମଗିରି ଥାନା ଗଏକନପାଲି ନିକଟରେ ବଡ ଦୁର୍ଘଟଣା । ଟ୍ରଲର ପଛପଟେ ପିଟିହେଲା ଟାଟା ମ୍ୟାଜିକ୍ । ୬ ମୃତ, ୫ ଆହତ । କୀର୍ତ୍ତନ ସାରି ଫେରୁଥିବାବେଳେ ଦୁର୍ଘଟଣା ।
ସୂଚନା ମୁତାବକ, ଗଏକନପାଲି ଗାଁ ନିକଟରେ ରହିଛି ଚକାପାଲି ଗାଁରେ । ଏଠାରେ ଜଣଙ୍କ ଘରେ ସଙ୍କୀର୍ତ୍ତନ କରିବାକୁ ଯାଇଥିଲେ ଦଳ । ହେଲେ ଫେରିବାବେଳକୁ ପାଖାପାଖି ରାତି ସାଢେ ୨ଟା ସମୟରେ ଗଏକନପାଲି ରାସ୍ତା କଡରେ ଏକ କୋଇଲା ବୋଝଇ ଟ୍ରଲର ଛିଡା ହୋଇଥିଲା । ଭାରସାମ୍ୟ ହରାଇ ଟ୍ରଲର ପଛପଟେ ପିଟିହୋଇଥିଲା ଟାଟା ମ୍ୟାଜିକ୍ । ଫଳରେ ଘଟଣାସ୍ଥଳରେ ୬ ଜଚ୍ଚଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ମୃତକ କନ୍ଦଗୋଡା ଗାଁ ଓ ସମରପିଣ୍ଡା ଗାଁର ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/02/UwrTn8jvgbQJ0shEbqbH.png)