କନକ ବ୍ୟୁରୋ: ମୁଁ ପଢିବାକୁ ଚାହୁଛି ହେଲେ ସ୍କୁଲ ଫି' ଦେବାକୁ ଟଙ୍କା ନାହିଁ । ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏପରି ଅନୁରୋଧ କରି କହିଛନ୍ତି ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରି ଛାତ୍ରୀ ପଙ୍ଖୁଡୀ ତ୍ରିପାଠୀ ପଢିବାକୁ ଇଛା ଥିବା କହିଛନ୍ତି । ନିଜ ଦୁଃଖ ମଧ୍ୟ ଛାତ୍ରୀ ଜଣଙ୍କ ଯୋଗୀଙ୍କୁ ଜଣାଇଥିଲେ ଆଉ କହିଥିଲେ ବାପା ଦିବ୍ୟାଙ୍ଗ, ମା ପରିବାର ଭରଣପୋଷଣ କରିବା ପାଇଁ ଏକ ଦୋକାନରେ କାମ କରୁଛନ୍ତି । ବଡ଼ ଭାଇ ଦ୍ବାଦଶରେ ପାଠ ପଢୁଛି । ପରିବାରର ଦାରିଦ୍ର୍ୟତା କାରଣରୁ ମୋତେ ସ୍କୁଲ ପାଠ ଛାଡିବାକୁ ପଡୁଛି ।
ଛାତ୍ରୀଙ୍କ କଥା ଶୁଣି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଚିନ୍ତା କରନି । ସରକାର ତୁମ କଥା ଭାବିବେ, ତୁମ ପାଠପଢାରେ କିଛି ସମସ୍ୟା ସୃଷ୍ଟି ହେବ ନାହିଁ । ଏନେଇ ଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯୋଗୀ । ଏଥିସହିତ ଯୋଗୀ ଛାତ୍ରୀ ଜଣଙ୍କ ସହିତ ସେଲ୍ଫି ମଧ୍ୟ ନେଇଥିଲେ । ଗୋରଖପୁରର ଜନତା ଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀ ୧୦୦ରୁ ଅଧିକ ଲୋକଙ୍କ ସହ ସାକ୍ଷାତ କରିଛନ୍ତି । ସେମାନଙ୍କର ଅଭିଯୋଗ ମଧ୍ୟ ଶୁଣିଥିଲେ ଏବଂ ଅଧିକାରୀମାନଙ୍କୁ ସମସ୍ୟାର ସମାଧାନ ପାଇଁ ତୁରନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।