କନକ ବ୍ୟୁରୋ : ସଂସଦରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ୧୭ ଜଣ ସାଂସଦ ଓ ୨ ସଂସଦୀୟ ସ୍ଥାୟୀ କମିଟିକୁ ସଂସଦ ରତ୍ନ ପୁରସ୍କାର ୨୦୨୫ ପ୍ରଦାନ କରାଯିବ । ଏହି ପୁରସ୍କାର ସଂସଦରେ ସକ୍ରିୟତା, ତର୍କରେ ଭାଗନେବା, ପ୍ରଶ୍ନ ପଚାରିବା ଓ ବିଧେୟକ ପାରିତ କାର୍ଯ୍ୟକ୍ରମରେ ଯୋଗଦାନ ଆଧାରରେ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ପ୍ରାଇମ ୱାଇଣ୍ଟ ଫାଉଣ୍ଡେସନ ତରଫରୁ ଆରମ୍ଭ କରାଯାଇଛି । ଚଳିତ ବର୍ଷ ଏନେଇ ବିଜେତାଙ୍କ ଚୟନ ଏକ ଜୋରି କମିଟି ଦ୍ୱାରା ସ୍ଥିର କରାଯାଇଛି । ଏହି କମିଟିର ଅଧ୍ୟକ୍ଷତା ହଂସରାଜ ଅହୀର (ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗର ଅଧ୍ୟକ୍ଷ) କରିଛନ୍ତି । ସେ କହିଛନ୍ତି କି, ଏହି ପୁରସ୍କାର ସେହି ସାଂସଦମାନଙ୍କୁ ଦିଆଯିବ, ଯିଏ ଲୋକତନ୍ତ୍ରକୁ ମଜବୁତ କରିବାକୁ ସଂସଦରେ ସର୍ବୋଚ୍ଚ ଯୋଗଦାନ ଦେଇଛନ୍ତି ।  

Advertisment

୪ ଜଣ ସାଂସଦଙ୍କୁ ସଂସଦୀୟ ଲୋକତନ୍ତ୍ରକୁ ମଜବୁତ କରିବା ଦିଗରେ ଯୋଗାଦନ ନେଇ ସମ୍ମାନିତ କରାଯିବ । ସେମାନଙ୍କ ମଧ୍ୟରେ ରହିଛନ୍ତି ଭତ୍ତୃହରୀ ମହତାବ, ସୁପ୍ରିୟା ସୋଲେ, ଏନ,କେ ପ୍ରେମଚନ୍ଦନ, ଶ୍ରୀରଙ୍ଗ  ଅପ୍ପା ବାରଣେ । ଅନ୍ୟ ୧୩ ଜଣଙ୍କ ମଧ୍ୟରେ ରହିଛନ୍ତି ନରେଶ ଗଣପତ, ମେଧା କୁଲକର୍ଣ୍ଣି, ରବି କିଶନ, ବିଦ୍ୟୁତ ବାରନ ମହତୋ, ମଦନ ରାଠୋର, ଦିଲ୍ଲୀପ ସୈକିୟା, ଅରବିନ୍ଦ ସାୱନ୍ତ, ବର୍ଷା ଗାଏକୱାଡ, ପ୍ରବୀଣ ପଟେଲ, ନିଶିକାନ୍ତ ଦୁବେ, ପି.ପି ଚୌଧୁରୀ, ସି.ଏନ ଆନ୍ନାଦୂରେ ।

ଚଳିତ ବର୍ଷ ପ୍ରଥମଥର ପାଇଁ ସଂସଦର ଦୁଇଟି ସଂସଦୀୟ ସ୍ଥାୟୀ କମିଟିକୁ ମଧ୍ୟ ସଂସଦ ରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ । ପ୍ରଥମଟି ଆର୍ଥିକ ସ୍ଥାୟୀ କମିଟି ଓ ଦ୍ୱିତୀୟଟି କୃଷି ଉପରେ ଗଠିତ ହୋଇଥିବା ସ୍ଥାୟୀ କମିଟି ।