ସାତ ବର୍ଷ ବିତିଗଲା, ସରିଲା ନାହିଁ ପୋଲ କାମ ।  ଅଧାରେ ପଡିଛି କେନ୍ଦୁଝର ହାଟଡିହିର ଆମ୍ବୋ-ବାତୋ ବୈତରଣୀ ପୋଲ

କେନ୍ଦୁଝର ହାଟଡିହି ବ୍ଲକର ଆମ୍ବୋ ଗାଁ । ଏହି ଗାଁରୁ ଘସିପୁରା ବ୍ଲକର ବାତୋକୁ ସଂଯୋଗ କରୁଥିବା ବୈତରଣୀ ନଦୀପୋଲ ଦୀର୍ଘ ଦିନରୁ ଅସମ୍ପୂର୍ଣ୍ଣ ହୋଇ ପଡ଼ିଛି ।

7year

କନକ ବ୍ୟୁରୋ : କେନ୍ଦୁଝର ହାଟଡିହି ବ୍ଲକର ଆମ୍ବୋ ଗାଁ । ଏହି ଗାଁରୁ ଘସିପୁରା ବ୍ଲକର ବାତୋକୁ ସଂଯୋଗ କରୁଥିବା ବୈତରଣୀ ନଦୀପୋଲ ଦୀର୍ଘ ଦିନରୁ ଅସମ୍ପୂର୍ଣ୍ଣ ହୋଇ ପଡ଼ିଛି । ଫଳରେ ୨ଟି ବ୍ଲକର ୫୦ ହଜାରରୁ ଅଧିକ ଲୋକ ସମସ୍ୟା ଭୋଗୁଛନ୍ତି । ଛାତ୍ରଛାତ୍ରୀ ୪୦କିଲୋମିଟର ରାସ୍ତା ବୁଲି ଶିକ୍ଷାନୁଷ୍ଠାନକୁ ଯାଉଛନ୍ତି । ବୁଲାଣି ବୁଲିକି ଯିବେ ନହେଲେ ବିପଦ ସଙ୍କୁଳ ଅବସ୍ଥାରେ ଡଙ୍ଗାରେ ବୈତରଣୀ ନଦୀ ପାରହେବେ । ଗମନାଗମନ ସମସ୍ୟା ନେଇ ବାରମ୍ବାର ଅଭିଯୋଗ ପରେ ବି କୌଣସି ସମାଧାନ ହୋଇପାରୁନାହିଁ ।

୩୨କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଛି ପୋଲ କାମ । ୨୦୧୬ରୁ ଆରମ୍ଭ ହୋଇଥିବା ନିର୍ମାଣ ୨୦୧୯ରେ ସାରିବାକୁ ଧାର୍ଯ୍ୟ ହୋଇଥିଲା । ସମୟ ସରିଲା କିନ୍ତୁ କାମ ସରିଲା ନାହିଁ । ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ କାମ ବନ୍ଦ ରହିଲା, ଠିକା ସଂସ୍ଥା ଛାଡି ଚାଲିଗଲା । ପୁଣିଥରେ ଟେଣ୍ଡର ହୋଇ ଅନ୍ୟ ଏକ ଠିକାସଂସ୍ଥା କାମ ଆରମ୍ଭ କରିଛି । ହେଲେ କାମ ମନ୍ଥର ଗତିରେ ଚାଲିଥିବାରୁ ପୋଲ ନିର୍ମାଣ କେବେ ସରିବ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଗାଁର ଲୋକଙ୍କ ଆଶ୍ରା ଭରସା ପାଲଟିଥିବା ଏହି ପୋଲ କାମ ଖୁବଶୀଘ୍ର ସାରିଲେ ଛାତ୍ରଛାତ୍ରୀଙ୍କ ଠାରୁ ନେଇ ପୁରା ଗାଁର ଲୋକମାନେ ଉପକୃତ ହୋଇପାରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe