ଆପ୍ ଛାଡିଲେ ୭ ବିଧାୟକ ; ଦିଲ୍ଲୀ ରାଜନୀତିରେ ଯମୁନା ନଦୀ ବିଷ

ଦିଲ୍ଲୀ ନିର୍ବାଚନରେ ଯମୁନା ଜଳ ତାତି । ମୁଖ୍ୟ ନିର୍ବାଚନ କମିଶନଙ୍କ ପାଞ୍ଚ ପ୍ରଶ୍ନର ଦେଲେ ଅରବିନ୍ଦ କେଜ୍ରିୱାଲ  । ସେପଟେ ନିର୍ବାଚନ ପୂର୍ବରୁ ଆପକୁ ବଡ଼ ଝଟକା । ଦଳ ଛାଡ଼ିଲେ ୭ ବିଧାୟକ ।

AAP

AAP Photograph: (kanakNews)

କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ପୂର୍ବରୁ ଆମ ଆଦମୀ ପାର୍ଟିକୁ ବଡ ଝଟକା । ଆପର ୭ଜଣ ବିଧାୟକ ଦଳ ଛାଡିବା ସହ ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି ।ତ୍ରି ଲୋକପୁରୀ  ବିଧାୟକ ରୋହିତ ମୌରଲିୟା,ଜନକପୁରୀ ବିଧାୟକ ରାଜେଶ ରୁଷି,କସ୍ତୁରବା ନଗର ବିଧାୟକ ମଦନ ଲାଲ ,ପାଲନ ବିଧାୟକ ଭାବନା ଗୌର , ମହରୌଲି ବିଧାୟକ ନରେଶ ଯାଦବ , ଆଦର୍ଶନଗର ବିଧାୟକ ପବନ ଶର୍ମା ଏବଂ ବିଜବାସନ ବିଧାୟକ ବିଏସ ଜୁନ୍  ଦଳ ଛାଡିଛନ୍ତି । 

ଇସ୍ତଫା ଦେଇଥିବା ବିଧାୟକ କହିଥିଲେ , ଆପ ଯେଉଁ ବିଚାରଧାରା ଆଦର୍ଶରେ ଗଢାଇେଥିଲା ଏବେ ଆଉ ସେ ବିଚାରଧାରାରେ ଦଳ ନାହିଁ ।ଦଳର ଦୁର୍ଦ୍ଦଶା ଦେଖି ମନ ଦୁଃଖ ଲାଗୁଛି । ମହରୌଲି ବିଧାୟକ ନରେଶ ଯାଦବ ଏକ୍ସରେ ଲେଖିଛନ୍ତି ,ଆପରେ ସଚ୍ଚୋଟ ରାଜନିତୀ କାରଣରୁ ଦଳରେ ଯୋଗଦେଇଥିଲି ହେଲେ ଏବେ ଦଳରେ ସଚ୍ଚୋଟତା ବୋଲି କିଛି ନାହିଁ ।ଦଳ ଦୁର୍ନିତୀରେ ଲିପ୍ତ ରହିଛି ।ସେହିପରି ବିଧାୟକ ନରେଶ ଯାଦବ କହିଛନ୍ତି,ମୋ ଅଂଚଳର ଜନତା ମତେ ଆପ ଛାଡିବାକୁ କହିଥିଲେ କାହିଁକିନା ଦଳ ଲୋକଙ୍କୁ ଧୋକା ଦେଇଛି ।ଦଳରେ ବହୁତ କମ ରାଜନେତା ଅଛନ୍ତି ଯେର୍ଉମାନେ ସଚ୍ଚୋଟତାର ସହ କାମ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe