କନକ ବ୍ୟୁରୋ: ପୁରୀ ବିମାନ ବନ୍ଦର ନିର୍ମାଣକୁ ଝଟକା । ଗତ କିଛି ଦିନ ତଳେ ବିମାନବନ୍ଦର ନିର୍ମାଣକୁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର । କିନ୍ତୁ ଏବେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଆପତ୍ତି ଉଠାଇବା ପରେ ଅନିଶ୍ଚିତତା ଭିତରକୁ ଠେଲି ହୋଇଛି ଏହି ଯୋଜନା । ୫ହଜାର କୋଟିରୁ ଅଧିକ ଖର୍ଚ୍ଚରେ ଏହାର ନିର୍ମାଣ ହେବାକୁ ଥିବାବେଳେ ଏବେ ଏଥିରେ ରୋକ ଲାଗିଛି । ଜଙ୍ଗଲ ଜମି ସାଙ୍ଗକୁ ବିଦେଶୀ ପକ୍ଷୀ ଓ ଅଲିଭ୍ରିଡଲେଙ୍କ ସୁରକ୍ଷାକୁ ନଜରରେ ରଖି ଆପତ୍ତି ଉଠାଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ।
ପୁରୀ ବିମାନବନ୍ଦର ନିର୍ମାଣ ରାସ୍ତାରେ ବାଧକ ସାଜିଲା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ମନ୍ତ୍ରାଳୟ ପକ୍ଷରୁ ଆପତ୍ତି ଉଠାଇ କୁହାଯାଇଛି ଯେ ବିମାନ ବନ୍ଦର ନିର୍ମାଣ ହେଲେ ପରିବେଶ ଓ ଜୈବ ବିବିଧତା ବିପଦରେ ପଡ଼ିବା ନେଇ ଆଶଙ୍କା ରହିଛି । ଏଥିପାଇଁ ଏବେ ଜଙ୍ଗଲ ଜମି ଅଧିଗ୍ରହଣ ଅନୁମୋଦନ ସ୍ଥଗିତ ରଖାଯାଇଛି ।୧୩ ହଜାର ଗଛ କାଟିବାକୁ ନେଇ କ୍ଷୁବ୍ଧ ହୋଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ।
୪୭୧ ହେକ୍ଟର ଜମିରେ ହୋଇଥାନ୍ତା ବିମାନବନ୍ଦରର ନିର୍ମାଣ । ଏଥିରେ ରହିଛି ପ୍ରାୟ ୨୮ଏକର ଜଙ୍ଗଲ ଜମି ଓ ସମୁଦ୍ର ପାଖ ଜମି । ଏଣୁ ଡଲଫିନ୍, ବିଦେଶୀ ପକ୍ଷୀ ଓ ଅଲିଭରିଡଲେଙ୍କ ସୁରକ୍ଷା ପ୍ରତି ବିପଦ ଆଶଙ୍କା କରି ଆପତ୍ତି କରିଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ପୁରୀରେ ବିମାନ ବନ୍ଦର ପାଇଁ ଗତ ମେ ୫ରେ କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରାଳୟ ଅନୁମୋଦନ ଦେଇଥିଲା । ଏହାକୁ ନେଇ ରାଜ୍ୟ ସରକାର ବି ତତ୍ପରତା ଦେଖାଇଥିଲେ । ଏଥିପାଇଁ ମୋଟ ୫ ହଜାର ୬ ସହ ୩୧ କୋଟି ଖର୍ଚ୍ଚ ଅଟ୍ଟକଳ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/07/04/23-puri-airport-2025-07-04-11-21-50.jpg)