କନକ ବ୍ୟୁରୋ : ସେବାୟତଙ୍କ ନିଆରା ପ୍ରତିବାଦ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଜଣାଇବା ପାଇଁ ୨୫୦ କି.ମି ପଦଯାତ୍ରାରେ ବାହାରିଛନ୍ତି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀଶ୍ରୀ ହରିବଳଦେବ ଜୀଉଙ୍କ ସେବାୟତ। ମନ୍ଦିରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବିପତ୍ର ଦେଇ ବିଫଳ ହେବା ପରେ ଏବେ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି ସେବାୟତ। ମହାପ୍ରଭୁଙ୍କ ସମ୍ପତି ଓ ଅଳଙ୍କାର ପୁନଃରୁଦ୍ଧାର, ଶ୍ରୀଜୀଉଙ୍କ ନିତ୍ୟସେବା କାର୍ୟ୍ୟରେ ହେଉଥିବା ବ୍ୟାପକ ଅନିୟମିତତାକୁ ରୋକିବା ଆଦି ଦାବି ନେଇ ପଦଯାତ୍ରା ଆରମ୍ଭ ହୋଇଛି। ପୂର୍ବ ସରକାରଙ୍କ ସମୟରେ ମଧ୍ୟ ସେବାୟତମାନେ ପଦଯାତ୍ରାରେ ବାହାରି ଥିଲେ।ହେଲେ କିଛି ବାଟ ଅତିକ୍ରମ କରିବା ପରେ ଜିଲ୍ଲା ପ୍ରଶାସନ ଓ ରାଜନେତାଙ୍କ ସହ ଆଲୋଚନା ପରେ ପଦଯାତ୍ରା ସ୍ଥଗିତ ରଖିଥିଲେ ସେବାୟତ। ହେଲେ ମିଳିଥିବା ପ୍ରତିଶ୍ରୁତି ଅନୁସାରେ ଆଜି ଯାଏଁ କୌଣସି କାର୍ୟ୍ୟ ନହେବାରୁକି ଆଜି ପୁଣି ପଦଯାତ୍ରା ଆରମ୍ଭ ହୋଇଛି । ସେବାୟତଙ୍କ ମଧ୍ୟରେ କିଛି ଯୁବକ ରହିଥିବା ବେଳେ ୧୦ ଜଣ ୭୦ ବର୍ଷରୁ ଅଧିକ ବୟସ୍କ ବୃଦ୍ଧ ରହିଛନ୍ତି ।
ପଦଯାତ୍ରାରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ସେବାୟତ । ବିଭିନ୍ନ ଦାବି ନେଇ ଭୁବନେଶ୍ୱର ବାହାରିଛନ୍ତି ଶ୍ରୀଶ୍ରୀ ହରିବଳଦେବ ଜୀଉ ମନ୍ଦିରର ସେବାୟତ
Advertisment
Follow Us