କନକ ବ୍ୟୁରୋ: ଗାଳି ଦେଲେ ବୋଲି ବେକ କାଟିଦେଲେ । ଦିଲ୍ଲୀ ଲାଜପତ ନଗରରେ ଜଘନ୍ୟ ହତ୍ୟା । ବୁଧବାର ରାତିରେ ଜଣେ ମହିଳା ଓ ତାଙ୍କ ନାବାଳକ ପୁଅକୁ ହତ୍ୟା କରାଯାଇଛି । ରୁଚିକା ସିୱାନି ଓ ତାଙ୍କ ପୁଅର ମୃତଦେହ ପୁଲିସ୍ ଜବତ କରିଛି । ରୁଚିକାଙ୍କ ମୃତଦେହ ବେଡରୁମରେ ମିଳିଥିବା ବେଳେ ପୁଅର ମୃତଦେହ ବାଥରୁମ୍ ପାଖରେ ମିଳିଥିଲା । ହତ୍ୟା ନେଇ ମୁକେଶ ନାମକ ଜଣେ ୨୪ ବର୍ଷୀୟ ଯୁବକକୁ ଗିରଫ କରିଛି ପୁଲିସ୍ । ସମ୍ପୃକ୍ତ ଯୁବକଙ୍କ ଘର ବିହାରରେ ଓ ସେ ମୃତକଙ୍କ ଘରେ ସହାୟକ ଭାବେ କାମ କରୁଥିଲେ । ହତ୍ୟା କରିଥିବା କଥାକୁ ଅଭିଯୁକ୍ତ ମାନିଥିବା ପୁଲିସ୍ କହିଛି । ମୁକେଶ ଓ ରୁଚିକାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ପରେ ରାଗିଯାଇ ଅଭିଯୁକ୍ତ ହତ୍ୟା କରିଥିବା ମାନିଛି ବୋଲି ପୁଲିସ୍ କହିଛି ।

Advertisment

ବୁଧବାର ସନ୍ଧ୍ୟାରେ ଜଣେ ମାଆ ଏବଂ ପୁଅଙ୍କୁ ଏକ ଧାରୁଆ ଅସ୍ତ୍ର ବ୍ୟବହାର କରି ହତ୍ୟା କରାଯାଇଥିଲା । ଘରେ କାମ କରୁଥିବା ଚାକର ହତ୍ୟା କରିଥିବା ସ୍ୱୀକାର କରିଛି । ରାତିରେ ମହିଳାଙ୍କ ସ୍ୱାମୀ କୁଲଦୀପ ଘରୁ ବାହାରକୁ ଯାଇଥିବା ସମୟରେ ଏହି ଅପରାଧ ଘଟିଥିଲା । ଘରର କବାଟ ବାହାରୁ ବନ୍ଦ ଥିବାରୁ ପୋଲିସକୁ ଡକାଯାଇଥିଲା। ଦ୍ୱାର ଭାଙ୍ଗି ଭିତରକୁ ପ୍ରବେଶ କରିବା ପରେ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଏବଂ ତାଙ୍କ ପୁଅର ମୃତଦେହ ମିଳିଥିଲା ।