ଛତୁଆ ଦୁର୍ନୀତିକୁ ନେଇ ବିଧାନସଭାରେ ଝଡ; ଖୋଲିବ ଦୁର୍ନୀତିର ଗୁମର?

Advertisment

ଛତୁଆ ଦୁର୍ନୀତିକୁ ନେଇ ବିଧାନସଭାରେ ଝଡ । ନିମ୍ନମାନର ଛତୁଆ ନେଇ ଗୃହରେ ଏକାଧିକ ବିଧାୟକଙ୍କ ପ୍ରଶ୍ନ । ଜବାବ ରଖିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଦୁର୍ନୀତିର ଯାଞ୍ଚ ନେଇ ବାଚସ୍ପତିଙ୍କ ନିର୍ଦ୍ଦେଶ, ଖୋଲିବ ଛତୁଆ ଦୁର୍ନୀତିର ଗୁମର?

ଛତୁଆ ଦୁର୍ନୀତିକୁ ନେଇ ବିଧାନସଭାରେ ଝଡ । ନିମ୍ନମାନର ଛତୁଆ ନେଇ ଗୃହରେ ଏକାଧିକ ବିଧାୟକଙ୍କ ପ୍ରଶ୍ନ । ଜବାବ ରଖିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଦୁର୍ନୀତିର ଯାଞ୍ଚ ନେଇ ବାଚସ୍ପତିଙ୍କ ନିର୍ଦ୍ଦେଶ, ଖୋଲିବ ଛତୁଆ ଦୁର୍ନୀତିର ଗୁମର?

'Chatua' Scammers

କନକ ବ୍ୟୁରୋ : ଛତୁଆ ଯୋଗାଣକୁ ନେଇ ବିଧାନସଭାରେ ହଂଗାମ ପରେ ବର୍ଷ ବର୍ଷ ଧରି ଚାଲି ଆସିଥିବା ଦୁର୍ନୀତିର ଗୁମର ଖୋଲିବ । ବିଧାୟକମାନେ ନିମ୍ନମାନର ଛତୁଆ ଯୋଗାଣକୁ ନେଇ ପ୍ରଶ୍ନ ଉଠାଇ ତଦନ୍ତ ଦାବି କରିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି ସରକାର । ପ୍ରଶ୍ନକାଳରେ ମହିଳା ଓ ଶିଶୁ ବିଭାଗର ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମବେଳେ ବିଧାୟକମାନେ ନିମ୍ନମାନର ଛତୁଆ ନେଇ ଉଦବେଗ ପ୍ରକାଶ କରିଥିଲେ । ବିଧାୟକ ପଦ୍ମଲୋଚନ ପଣ୍ଡା କହିଥିଲେ, ୨୪ ବର୍ଷର ଢାଞ୍ଚା ଏବେ ବି ଚାଲିଛି । ସବୁ ଛତୁଆବାଲା କୋଟିପତି କାର ଧରି ବୁଲୁଛନ୍ତି । ସବୁ ପୁରୁଣା ଛତୁଆ ଏଜେନ୍ସିକୁ କାଟି ନୂଆ ଦିଅନ୍ତୁ ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଛତୁଆକୁ ପିଲା ନୁହେଁ ଗାଈଗୋରୁ ଖାଉଛନ୍ତି ବୋଲି କହିଥିଲେ । ତେଣୁ ଭଲ ଛତୁଆ ପାଇଁ ଟେଣ୍ଡର ଡକାଯାଉ ବୋଲି ଦାବି କରିଥିଲେ । ଛତୁଆକୁ ନେଇ ବିଧାୟକମାନେ ବିଧାନସଭାରେ ଉଦବେଗ ପ୍ରକାଶ କରିବା ପରେ ଏହାକୁ ଗୁରୁତର ସହ ନେଇଥିଲେ ବାଚସ୍ପତି ।

ଛତୁଆ ମାନ ଯାଂଚ କରିବେ ସରକାର । ପିଲାଙ୍କୁ ମିଳିବ କି ଭଲ ଛତୁଆ? ବିଧାୟକଙ୍କ ଉଦବେଗ ପରେ କାର୍ୟ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସମସ୍ତ ଏଜେନ୍ସି ସହ ଛତୁଆର ମାନ ଯାଞ୍ଚ କରି ଗୃହକୁ ରିପୋର୍ଟ ଦିଆଯିବ ।

ସାଧାରଣତଃ ପ୍ରତିମାସର ୨୩ ତାରିଖରେ ଛତୁଆ ମିଶ୍ରଣ ହୋଇଥାଏ । ମାନ ପରୀକ୍ଷଣ ଲାଗି ଯାଂଚ କମିଟି, ମାତୃ କମିଟି ରହିଛି । ସୁପରଭାଇଜର ବି ମାନ ଯାଂଚ କରିଥାନ୍ତି । କିନ୍ତୁ ଏତେ ସବୁ ବ୍ୟବସ୍ଥା ସତ୍ତ୍ୱେ ବି ଭଲ ଛତୁଆ ଯୋଗାଇବାରେ ସଫଳ ହୋଇନାହାନ୍ତି ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe