ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଛାତ୍ରମାନଙ୍କ ପ୍ରତି ଖାଦ୍ୟ ଅବ୍ୟବସ୍ଥା : ଗୁରୁତର ଅଭିଯୋଗ

Advertisment

ପୁରୀ ଜିଲ୍ଲା ନିମାପଡ଼ାର ସବୁଠାରୁ ବଡ଼ କଲେଜ୍ ବୋଲି ପରିଚିତ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ହଷ୍ଟେଲ ନେଇ ଆସିଛି ଗୁରୁତର ଅଭିଯୋଗ । ଗୁଗୁଲ ସର୍ଚ୍ଚ କରି କନକ ନ୍ୟୁଜ କୁ ମାଗିଲେ ସହାୟତାର ହାତ, ଫୋନ କରି ଆମ ପ୍ରତିନିଧିଙ୍କୁ କଲେ ଅବଗତ,

ପୁରୀ ଜିଲ୍ଲା ନିମାପଡ଼ାର ସବୁଠାରୁ ବଡ଼ କଲେଜ୍ ବୋଲି ପରିଚିତ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ହଷ୍ଟେଲ ନେଇ ଆସିଛି ଗୁରୁତର ଅଭିଯୋଗ । ଗୁଗୁଲ ସର୍ଚ୍ଚ କରି କନକ ନ୍ୟୁଜ କୁ ମାଗିଲେ ସହାୟତାର ହାତ, ଫୋନ କରି ଆମ ପ୍ରତିନିଧିଙ୍କୁ କଲେ ଅବଗତ,

nimapada

Photograph: (kanaknews)

କନକ ବ୍ୟୁରୋ : ପୁରୀ ଜିଲ୍ଲା ନିମାପଡ଼ାର ସବୁଠାରୁ ବଡ଼ କଲେଜ୍ ବୋଲି ପରିଚିତ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ହଷ୍ଟେଲ ନେଇ ଆସିଛି ଗୁରୁତର ଅଭିଯୋଗ । ଗୁଗୁଲ ସର୍ଚ୍ଚ କରି କନକ ନ୍ୟୁଜ କୁ ମାଗିଲେ ସହାୟତା , ଫୋନ କରି ଜଣାଇଲେ ଆମ ପ୍ରତିନିଧିଙ୍କୁ , ହଷ୍ଟେଲ ରେ ରହୁଥିବା ଦୃଷ୍ଟି ଶକ୍ତି ବାଧିତ ଦୁଇ ଦିବ୍ୟାଙ୍ଗଙ୍କ ସମେତ ସଂଖ୍ୟାଧିକ ଛାତ୍ର ବଖାଣିଲେ ହଷ୍ଟେଲର ଅବ୍ୟବସ୍ଥା ,ହଷ୍ଟେଲରେ ରହି ପଢ଼ୁଥିବା ଛାତ୍ରମାନେ କହୁଛନ୍ତି ଯେ ସେମାନଙ୍କୁ ବାସୀ ଓ ନିମ୍ନମାନର ଖାଦ୍ୟ ଦିଆଯାଉଛି । ଏନେଇ ବାରମ୍ବାର କଲେଜ୍ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଲେ ମଧ୍ୟ କୌଣସି ସମାଧାନ ମିଳୁନାହିଁ ବୋଲି ଛାତ୍ରମାନେ ଅଭିଯୋଗ କହିଛନ୍ତି ।

ଏହିପରି ଦୃଶ୍ୟ ଦେଖିବାକୁ  ମିଳିଛି ପୁରୀ ଜିଲ୍ଲା ନିମାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଭିତରେ ଥିବା ୟୁବ ଜ୍ୟୋତି ଛାତ୍ର ନିବାସ ହଷ୍ଟେଲରୁ । ହଷ୍ଟେଲରେ ରହୁଥିବା ଛାତ୍ରମାନଙ୍କ ଅଭିଯୋଗ ଅନୁଯାୟୀ ପ୍ରତିମାସ ଖାଦ୍ୟ ବାବଦରେ ଭଲ ଟଙ୍କା ନିଆଯାଉଥିବା ସତ୍ତ୍ୱେ ଦିଆଯାଉଛି ଅତ୍ୟନ୍ତ ନିମ୍ନମାନର ଖାଦ୍ୟ ।
ଛାତ୍ରମାନଙ୍କ କହିବା ଅନୁସାରେ ଡାଲମାରେ ପୋକ ପଡ଼ିଥିବା ସହିତ ତରକାରିରେ ଫିମ୍ପି ମାରିଥିବା ଅବସ୍ଥା ମଧ୍ୟ ଦେଖାଯାଉଛି । ଏପରି ଖାଦ୍ୟ ମଣିଷ ତ ଦୂର କଥା, ପଶୁ ମଧ୍ୟ ଖାଇବାକୁ ଯୋଗ୍ୟ ନୁହେଁ ବୋଲି କହୁଛନ୍ତି ଛାତ୍ରମାନେ । ଫଳରେ ବାଧ୍ୟ ହୋଇ ସେମାନେ ସେହି ଖାଦ୍ୟକୁ ଫିଙ୍ଗି ଦେଉଛନ୍ତି ।

ଅଧିକ ପଢନ୍ତୁ : ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ

ଏନେଇ କଲେଜ୍ ପ୍ରିନ୍ସିପାଲଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ସହିତ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କଲେଜ୍ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଏପର୍ୟ୍ୟନ୍ତ ଛାତ୍ର ମାନେ ଚାରିଦିନ ଧରି ଭୋକରେ ରହିଥିବା ମଧ୍ୟ କହିଛନ୍ତି । ଏ ନେଇ କଲେଜର ପ୍ରିନ୍ସିପାଲଙ୍କ ସହିତ ଯୋଗାଯୋଗ କରିବାକୁ ଆମ ପ୍ରତିନିଧି ତାଙ୍କ କାର୍ୟ୍ୟାଳୟ ରେ  ପହଞ୍ଚି ପ୍ରତିକ୍ରିୟା ନେବାକୁ ଚାହିଁଥିଲେ, ମାତ୍ର ପ୍ରିନ୍ସିପାଲ ପରୀକ୍ଷା ଆଳରେ ଦେଖା କରିବାକୁ କାର୍ଯ୍ୟାଳୟର ପିଅନ ହାତରେ ମନା କରି ଦେବା ପରେ ଏବେ କଲେଜ ପ୍ରଶାସନ ଉପରେ ପ୍ରଶ୍ନ ଉଠିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe