କନକ ବ୍ୟୁରୋ: ବାରିପଦା ପି ଆର୍ ଏମ୍ ମେଡିକାଲ୍ କଲେଜ୍ ହସ୍ପିଟାଲରେ ଚିକିତ୍ସାରେ ଅବହେଳାକୁ ନେଇ ଉତ୍ତେଜନା । ଶିଶୁ ବିଭାଗ ଡ୍ୟୁଟିରେ ଥିବା ନର୍ସମାନେ କୁନି କୁନି ପିଲାଙ୍କର ଠିକ୍ ଭାବେ ଚିକିତ୍ସା ନ କରିବା ଓ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ଆଣିଛନ୍ତି ଏକାଧିକ ଲୋକ । ଯାହାକୁ ନେଇ ହସ୍ପିଟାଲ ପରିସରରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗିରହିଥିଲା । ସୂଚନା ଅନୁଯାୟୀ, ବାରିପଦା ସହର ଭୁଗୁଡ଼ାକଟା ଅଞ୍ଚଳର କ୍ରିଷ୍ଣା ଘଡ଼େଇଙ୍କ ଶିଶୁପୁତ୍ର ୩ରୁ ୪ ଦିନ ପୂର୍ବରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ହେଲେ ୪ ଦିନ ବିତିଯାଇଥିଲେ ମଧ୍ୟ ଠିକ୍ ଭାବେ କୌଣସି ଚିକିତ୍ସା କରାଯାଇ ନଥିବା ସେ ଅଭିଯୋଗ କରିଛନ୍ତି । ଏ ନେଇ ପରିବାର ଲୋକେ ଡାକ୍ତର ଏବଂ ନର୍ସଙ୍କୁ ପଚାରିବାରୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ଆଣିଛନ୍ତି ପରିବାର । କେବଳ ସେତିକି ନୁହେଁ, ମୋବାଇଲ ରିଲ୍ସରେ ମଜ୍ଜିଯାଇ ଠିକ୍ ସମୟରେ ଔଷଧ ଓ ଇଞ୍ଜେକସନ୍ ନ ଦେବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଆଉ ସବୁଠାରୁ ବଡ଼କଥା ହେଲା କେବଳ ଜଣେ ରୋଗୀଙ୍କଠାରୁ ଏ ଅଭିଯୋଗ ଆସିନାହିଁ । ସେଠାରେ ଥିବା ବହୁ ରୋଗୀଙ୍କ ପରିବାର ଏଭଳି ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ବାରିପଦା ପି ଆର୍ ଏମ୍ ମେଡିକାଲରେ ଉତ୍ତେଜନା ଦେଖାଦେବା ସହ ଡାକ୍ତର ଓ ନର୍ସଙ୍କୁ ନିଲମ୍ବିତ କରିବାକୁ ଦାବି ରଖିଛନ୍ତି ପରିବାର ଲୋକେ ।
ରିଲ୍ସ ଦେଖୁଛନ୍ତି, ଅଭିଯୋଗ କଲେ ଦୁର୍ବ୍ୟବହାର କରୁଛନ୍ତି; ନର୍ସଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ
ବାରିପଦା ପି ଆର୍ ଏମ୍ ମେଡିକାଲ୍ କଲେଜ୍ ହସ୍ପିଟାଲରେ ଚିକିତ୍ସାରେ ଅବହେଳାକୁ ନେଇ ଉତ୍ତେଜନା । ଶିଶୁ ବିଭାଗ ଡ୍ୟୁଟିରେ ଥିବା ନର୍ସମାନେ କୁନି କୁନି ପିଲାଙ୍କର ଠିକ୍ ଭାବେ ଚିକିତ୍ସା ନ କରିବା ଓ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ଆଣିଛନ୍ତି ଏକାଧିକ ଲୋକ ।
/kanak/media/media_files/2025/05/16/4RyWuD56mZZAHWzGWueo.jpg)