ନୀଳଗିରି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ସାଂଘାତିକ ଅଭିଯୋଗ, ଭୂତ ଶ୍ରମିକଙ୍କ ତଥ୍ୟ ଦେଇ ଲୁଟିନେଲେ ବକେୟା ମଜୁରୀ ଟଙ୍କା

Advertisment

 ଘଟଣା ସାମ୍ନାକୁ ଆସିବା ପରେ ରାତିଅଧିଆ ଯନ୍ତ୍ରୀଙ୍କୁ ନରଣପୁରରୁ ଧରମପୁର ପଞ୍ଚାୟତକୁ ବଦଳି କରାଯାଇଛି। କିନ୍ତୁ ଅଭିଯୋଗକୁ ମାସ ମାସ ବିତିଯାଇଥିଲେ ମଧ୍ୟ ଚୁପ୍‌ ବସିଛି ଶ୍ରମ ବିଭାଗ ଓ ସ୍ଥାନୀୟ ପ୍ରଶାସନ। ଆଉ ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିଦେଇଛନ୍ତି ଯନ୍ତ୍ରୀ।

 ଘଟଣା ସାମ୍ନାକୁ ଆସିବା ପରେ ରାତିଅଧିଆ ଯନ୍ତ୍ରୀଙ୍କୁ ନରଣପୁରରୁ ଧରମପୁର ପଞ୍ଚାୟତକୁ ବଦଳି କରାଯାଇଛି। କିନ୍ତୁ ଅଭିଯୋଗକୁ ମାସ ମାସ ବିତିଯାଇଥିଲେ ମଧ୍ୟ ଚୁପ୍‌ ବସିଛି ଶ୍ରମ ବିଭାଗ ଓ ସ୍ଥାନୀୟ ପ୍ରଶାସନ। ଆଉ ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିଦେଇଛନ୍ତି ଯନ୍ତ୍ରୀ।

2a

କନକ ବ୍ୟୁରୋ : ସୂଚନା ଆଇନ ଖୋଲିଲା କନିଷ୍ଠ ଯନ୍ତ୍ରୀଙ୍କ ଚଞ୍ଚକତାର ଗୁମର। ଭୂତ ଶ୍ରମିକଙ୍କ ତଥ୍ୟ ଦେଇ ବାବୁଆଣୀ ଲୁଟି ନେଲେ ସରକାରୀ ଟଙ୍କା। ଆଉ ପଚାରିଲେ ମୁହଁ ଖୋଲିବାକୁ ନାରାଜ କନିଷ୍ଠ ଯନ୍ତ୍ରୀ। ନୀଳଗିରି ଶ୍ରମ କୋର୍ଟରେ ୪ ମାସ ହେବ ଯନ୍ତ୍ରୀଙ୍କ ବିରୋଦ୍ଧରେ ଫେରାଦ ଦେଲେଣି ଶ୍ରମିକ । ହେଲେ ଏଯାବତ ନ୍ୟାୟ ମିଳୁନି । 

ବାଲେଶ୍ବର ନୀଳଗିରି ବ୍ଲକ କନିଷ୍ଠ ଯନ୍ତ୍ରୀ ପୁତୁଲି ସିଂଙ୍କ ନାମରେ ସାଂଘାତିକ ଅଭିଯୋଗ। ଭୂତ ଶ୍ରମିକଙ୍କ ତଥ୍ୟ ଦେଇ ଯନ୍ତ୍ରୀ ଲୁଟିନେଲେ ଟଙ୍କା। ନରଣପୁର ପଞ୍ଚାୟତ ଗୋଡ଼ି ପୋଖରୀରେ ୨ ଲକ୍ଷ ୫୦ ହଜାର ଖର୍ଚ୍ଚରେ ନିର୍ମାଣ ହୋଇଥିଲା ପକ୍କା ଘାଟ। ଯାହାର କାର୍ଯ୍ୟାଦେଶ  ରହିଥିଲା ଯନ୍ତ୍ରୀ ପୁତୁଲି ସିଂଙ୍କ ନାମରେ। କାମ ଆରମ୍ଭର ଦୁଇ ତିନି ଦିନ ପରେ କାର୍ଯ୍ୟରତ  ଶ୍ରମିକଙ୍କୁ ଅଳ୍ପ କିଛି ଟଙ୍କା ଅବଶିଷ୍ଟ ଟଙ୍କା କାମ ସରିଲେ ଦିଆହେବ କହି ବିଦା କରିଦେଲେ ବାବୁଆଣୀ। କାମ ୨୦୨୪ରୁ ସରିଲାଣି, ଆଜି ଯାଏଁ ବକେୟା ଟଙ୍କା ଫେରାଇନାହାନ୍ତି ୫ ଶ୍ରମିକ। ସୂଚନା ଆଇନର ତଥ୍ୟ ଅନୁଯାୟୀ, ଶ୍ରମିକଙ୍କ ଫଟୋ ଲଗାଇ ମଷ୍ଟର ରୋଲରେ ୨୫ ଭୂତ ଶ୍ରମିକଙ୍କ ତଥ୍ୟ ପ୍ରଦାନ କରି ସରକାରୀ ଟଙ୍କା ହଡ଼ପ! କରିଛନ୍ତି ଯନ୍ତ୍ରୀ। ଯାହାକୁ ନେଇ ନୀଳଗିରି ଶ୍ରମ କୋର୍ଟରେ ଅଭିଯୋଗ କରିଛନ୍ତି ଶ୍ରମିକ ମାନେ।

ଅଧିକ ପଢ଼ନ୍ତୁ :  ବାଲେଶ୍ବରରେ ମହିଳା କର୍ମଚାରୀଙ୍କୁ ଯୌନଶୋଷଣ ଅଭିଯୋଗ, ଆକ୍ସନ ମୋଡ଼ରେ OPHC

 ଘଟଣା ସାମ୍ନାକୁ ଆସିବା ପରେ ରାତିଅଧିଆ ଯନ୍ତ୍ରୀଙ୍କୁ ନରଣପୁରରୁ ଧରମପୁର ପଞ୍ଚାୟତକୁ ବଦଳି କରାଯାଇଛି। କିନ୍ତୁ ଅଭିଯୋଗକୁ ମାସ ମାସ ବିତିଯାଇଥିଲେ ମଧ୍ୟ ଚୁପ୍‌ ବସିଛି ଶ୍ରମ ବିଭାଗ ଓ ସ୍ଥାନୀୟ ପ୍ରଶାସନ। ଆଉ ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିଦେଇଛନ୍ତି ଯନ୍ତ୍ରୀ। ଅଭିଯୋଗ ପରେ ବି କାହିଁକି ଉଚ୍ଚସ୍ତରୀୟ ତଦନ୍ତ ହେଉନାହିଁ? ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe