କନକ ବ୍ୟୁରୋ : ଜେଫ୍ରି ଏପଷ୍ଟାଇନ୍ ମାମଲା ସହ ଜଡିତ ନୂଆ ତଥା ଚାଞ୍ଚଲ୍ୟକର ତଥ୍ୟ ସମ୍ବଳିତ ଫାଇଲ୍ ସାରା ବିଶ୍ୱରେ ଆଲେଡ଼ନ ସୃଷ୍ଟି କରିଛି । ଏଥିରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଯୌନ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ପ୍ରକାଶିତ ଏହି ଦଲିଲ୍ ଗୁଡିକରେ ରୁଷୀୟ ମହିଳାଙ୍କ ସହ ତାଙ୍କର ସମ୍ପର୍କ ଉଲ୍ଲେଖ କରାଯାଇଛି । ତଥାପି, ବିଲ୍ ଗେଟ୍ସଙ୍କ ଜଣେ ମୁଖପାତ୍ର ଏହି ସମସ୍ତ ଦାବିକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ମାନହାନିଜନକ ବୋଲି କହିଛନ୍ତି ।
ଚାଞ୍ଚଲ୍ୟକର ଖୁଲାସା
ପ୍ରକାଶିତ ଦଲିଲ୍ରେ ୨୦୧୩ ମସିହାରେ ଏପଷ୍ଟାଇନଙ୍କ ଦ୍ୱାରା ନିଜ ପାଖକୁ ପଠାଯାଇଥିବା ଇମେଲର ଡ୍ରାଫ୍ଟ ଅନ୍ତର୍ଭୁକ୍ତ । ଏହି ଇମେଲଗୁଡ଼ିକରେ ଦାବି କରାଯାଇଛି, ବିଲ୍ ଗେଟ୍ସଙ୍କର ରୁଷିଆନ ଯୁବତୀ ମହିଳାଙ୍କ ସହିତ ସମ୍ପର୍କ ଥିଲା ଓ ଏହି ସମ୍ପର୍କ ସମୟରେ ସେ ଯୌନ ସଂକ୍ରମଣ ରୋଗ(ଏସ୍ଟିଡି)ରେ ଆକ୍ରାନ୍ତ ହୋଇଥିଲେ ।
ଇମେଲ୍ର ଡ୍ରାଫ୍ଟ
୨୦୧୩ରେ ଏପଷ୍ଟାଇନଙ୍କ ଦ୍ୱାରା ନିଜ ପାଖକୁ ପଠାଯାଇଥିବା ଇମେଲରେ ଏହି ଦାବିଗୁଡ଼ିକ ରହିଛି । ବର୍ତ୍ତମାନ ସେସବୁ ସାର୍ବଜନୀନ ହୋଇଛି । ୧୮ ଜୁଲାଇ ୨୦୧୩ରେ ଲେଖାଯାଇଥିବା ଏହି ଇମେଲଗୁଡ଼ିକୁ ଏପଷ୍ଟାଇନ ବୋରିସ ନିକୋଲିକଙ୍କ ସ୍ବରରେ ପ୍ରସ୍ତୁତ କରାଯାଇଥିଲେ । ଗେଟ୍ସ ରୁଷୀୟ ମହିଳାଙ୍କ ସହିତ ଶୟନ କରିଥିବା ଓ ତା'ପରେ ଅସୁସ୍ଥ ହୋଇଥିବାର ଅଭିଯୋଗ କରାଯାଇଛି ।
ଅଧିକ ପଢ଼ନ୍ତୁ---ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ ତଦନ୍ତରେ ନୂଆ ମୋଡ଼ : ବଡ଼ ଆତଙ୍କବାଦୀ ଷଡ୍ଯନ୍ତ୍ରର ପର୍ଦ୍ଦାଫାସ୍
ସ୍ତ୍ରୀଙ୍କୁ ଲୁଚାଇଥିଲେ
ଏହା ମଧ୍ୟ ଉଲ୍ଲେଖ ଅଛି ଯେ, ଗେଟ୍ସ ଆଣ୍ଟିବାୟୋଟିକ୍ ବ୍ୟବହାର କରିଥିଲେ । ଉଦ୍ଦେଶ୍ୟ ଥିଲା ତାଙ୍କ ତତ୍କାଳୀନ ପତ୍ନୀ ମେଲିଣ୍ଡା ଗେଟ୍ସଙ୍କଠାରୁ ଏହାକୁ ଲୁଚାଇ ରଖିବା । ଏପଷ୍ଟାଇନ୍ ଦାବି କରିଛନ୍ତି ଯେ, ଗେଟ୍ସ ତାଙ୍କୁ ଏହି ଘଟଣାଗୁଡ଼ିକ ସହିତ ଜଡିତ ଇମେଲଗୁଡ଼ିକୁ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ବିଲ୍ ଗେଟ୍ସଙ୍କ ପ୍ରତିକ୍ରିୟା
ଏହା ପ୍ରକାଶ ହେବା ପରେ ବିଲ୍ ଗେଟ୍ସଙ୍କ ଦଳ ଏକ ବିବୃତି ଜାରି କରିଥିଲେ। ତାଙ୍କ ମୁଖପାତ୍ର କହିଛନ୍ତି ଯେ, ଅଭିଯୋଗଗୁଡ଼ିକ ସମ୍ପୂର୍ଣ୍ଣ ଅବାନ୍ତର । ଏପଷ୍ଟାଇନ୍ କେବଳ ପ୍ରତିଶୋଧ ନେବାକୁ ଚାହୁଁଥିଲେ। ବିଲ୍ ଗେଟ୍ସଙ୍କ ବ୍ରେକ୍ ଅପ୍ ଯୋଗୁ ଏପଷ୍ଟାଇନ୍ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିଲେ ।
ଏପଷ୍ଟାଇନ୍ଙ୍କ ଷଡ୍ଯନ୍ତ୍ର
ବିଲ୍ ଗେଟ୍ସଙ୍କ ପ୍ରତିନିଧି ସ୍ପଷ୍ଟ କରିଛନ୍ତି ଯେ, ଏହି ଦଲିଲଗୁଡ଼ିକ କେବଳ ଏପଷ୍ଟାଇନ୍ଙ୍କ ହତାଶାକୁ ପ୍ରତିଫଳିତ କରୁଛି । ଏପଷ୍ଟାଇନ୍ ଚାହୁଁଥିଲେ ଯେ, ଗେଟ୍ସ ତାଙ୍କ ସହିତ ସମ୍ପର୍କରେ ରୁହନ୍ତୁ । କିନ୍ତୁ ସମ୍ପର୍କ ଶେଷ ହେବା ପରେ ସେ ଏହି କୌଶଳ ଆପଣାଇଥିଲେ । ଅଭିଯୋଗଗୁଡ଼ିକ କେବଳ ଜଣେ ସମ୍ମାନିତ ବ୍ୟକ୍ତିଙ୍କ ପ୍ରତିଛବିକୁ କ୍ଷତି ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ ଥିଲା ।
ଫାଇଲଗୁଡ଼ିକର ସତ୍ୟତା
ଆମେରିକାର ନ୍ୟାୟ ବିଭାଗ ଏପଷ୍ଟାଇନ ମାମଲା ସହିତ ଜଡିତ ୩ ନିୟୁତ ପୃଷ୍ଠାରୁ ଅଧିକ ଦଲିଲ୍ ପ୍ରକାଶ କରିଛି । ବିଭାଗ ସ୍ପଷ୍ଟ କରିଛି, ଫାଇଲଗୁଡ଼ିକରେ ନାମ ରହିବା କୌଣସି ବ୍ୟକ୍ତି ବିଶେଷଙ୍କର ଅପରାଧରେ ସମ୍ପୃକ୍ତିକୁ ସୂଚିତ କରେ ନାହିଁ । ତଦନ୍ତର ପରିସରଭୁକ୍ତ ହୋଇଥିବା ଏହି ଫାଇଲଗୁଡ଼ିକରେ ହଜାର ହଜାର ଭିଡିଓ ଓ ଲକ୍ଷ ଲକ୍ଷ ଫଟୋଗ୍ରାଫ ମଧ୍ୟ ରହିଛି ।
ପୁରୁଣା ଫଟୋକୁ ନେଇ ବିବାଦ
ପ୍ରକାଶିତ ଫାଇଲଗୁଡ଼ିକରେ ଏପଷ୍ଟାଇନ୍ ଓ ଗେଟ୍ଦଙ୍କୁ ଏକାଠି ଦେଖାଉଥିବା ପୁରୁଣା ଫଟୋଗ୍ରାଫ ମଧ୍ୟ ରହିଛି । ଗେଟ୍ସ ଅତୀତରେ ଏପଷ୍ଟାଇନ୍ଙ୍କ ସହ ତାଙ୍କ ସମ୍ପର୍କ ପାଇଁ ସାର୍ବଜନୀନ ଭାବରେ ଦୁଃଖ ପ୍ରକାଶ କରିଥିଲେ । କୌଣସି ବେଆଇନ କିମ୍ବା ଅନୈତିକ ଆଚରଣରେ ଲିପ୍ତ ରହିଥିବା ନେଇ ସେ ସର୍ବଦା ଅସ୍ୱୀକାର କରିଛନ୍ତି ।
ଛାଡପତ୍ର ତଥା ଅତୀତର ସମ୍ପର୍କ
ବିଲ୍ ଓ ମେଲିଣ୍ଡା ଗେଟ୍ସ ୧୯୯୪ ରୁ ୨୦୨୧ ପର୍ଯ୍ୟନ୍ତ ଦାମ୍ପତ୍ୟ ଜୀବନ ବିତାଇଥିଲେ । ପରେ ସେମାନଙ୍କର ଛାଡପତ୍ର ହୋଇଥିଲା । ମେଲିଣ୍ଡା କହିଥିଲେ ଯେ, ଏପଷ୍ଟାଇନ୍ଙ୍କ ସହ ବିଲ୍ଙ୍କ ଘନିଷ୍ଠତା ଛାଡପତ୍ରର ଏକ କାରଣ ଥିଲା । ତଥାପି, ସେତେବେଳେ ସେ ଏହି ଯୌନ ସଂକ୍ରମିତ ରୋଗ କିମ୍ବା ନିର୍ଦ୍ଦିଷ୍ଟ ଘଟଣାଗୁଡ଼ିକର କୌଣସି ବିବରଣୀ ପ୍ରଦାନ କରିନଥିଲେ ।
ନ୍ୟାୟ ବିଭାଗର ମନ୍ତବ୍ୟ
ଆମେରିକା ସରକାର କହିଛନ୍ତି, କେବଳ ଡକ୍ୟୁମେଣ୍ଟର ଉପସ୍ଥିତି ସମ୍ପୃକ୍ତିର ପ୍ରମାଣ ନୁହେଁ । ୨୦୧୯ ମସିହାରେ ଏପଷ୍ଟାଇନ୍ ଜେଲ୍ରେ ଆତ୍ମହତ୍ୟା କରିଥିଲେ । ଯାହା ମାମଲାକୁ ଆହୁରି ଜଟିଳ କରିଦେଇଥିଲା । ନୂତନ ତଥ୍ୟ ପ୍ରକାଶ ପାଇବା ପରେ ପୁଣି ଥରେ ଆମେରିକାରେ ଏକ ବଡ଼ ସାମାଜିକ ଝଡ଼ ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/31/bill-gates-2026-01-31-10-43-41.jpg)