କନକ ବ୍ୟୁରୋ: ବଲାଙ୍ଗୀର ଆଗଲପୁରର ଯୋଗାଣ ସହାୟକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ରାସନକାର୍ଡ କରାଇଦେବାକୁ କହି ବିଧବା ମହିଳାଙ୍କୁ ଦୁର୍ଷ୍କମ ଅଭିଯୋଗ । କେବଳ ଏତିକି ନୁହଁ, ମହିଳାଙ୍କ ସହ ଶାରୀରିକ ସମ୍ପର୍କର ଭିଡିଓ ମଧ୍ୟ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ଏହା ଜାଣିବା ପରେ ଯୋଗାଣ ସହାୟକଙ୍କୁ ତାଙ୍କ ଅଫିସ୍କୁ ଯାଇ ଚପଲରେ ମାଡ଼ ମାରିଛନ୍ତି। ଏହା ସହ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ମହିଳା । ପୋଲିସ୍ ମାମଲା ରୁଜୁ କରି ଜଣେ ଡିଏସ୍ପିଙ୍କୁ ତଦନ୍ତ ଭାର ଦେଇଛନ୍ତି।
ଅଭିଯୋଗ ଅନୁସାରେ, ଯୋଗାଣ ସହାୟକ ଗିରିଶ ସାହୁ ଜଣେ ବିଧବା ମହିଳାଙ୍କୁ ଚାଉଳ କାର୍ଡ କରିଦେବା କହି ତାଙ୍କ କାର୍ଯ୍ୟାଳୟକୁ ଡାକିଥିଲେ । ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ତାର ଭିଡିଓ ମଧ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଭିଡିଓକୁ ଭାଇରାଲ କରିଥିବା ଅଭିଯୋଗ ହୋଇଛି । ପୋଲିସ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/07/TFfltBfoHNH4Dp2FDJqB.jpg)