ବିଭିନ୍ନ ମନ୍ଦିରରୁ ସିରିଜ୍‌ ଲୁଟ୍‌, ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଲୁଟେରା

Advertisment

ମନ୍ଦିରର ତାଲା ଭାଙ୍ଗି ସିରିଜ୍‌ ଲୁଟ୍‌ । ୩ ମନ୍ଦିରରୁ ଦୁଇ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଚୋରି ।

ମନ୍ଦିରର ତାଲା ଭାଙ୍ଗି ସିରିଜ୍‌ ଲୁଟ୍‌ । ୩ ମନ୍ଦିରରୁ ଦୁଇ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଚୋରି ।

ମନ୍ଦିରର ତାଲା ଭାଙ୍ଗି ସିରିଜ୍‌ ଲୁଟ୍‌

ମନ୍ଦିରର ତାଲା ଭାଙ୍ଗି ସିରିଜ୍‌ ଲୁଟ୍‌ Photograph: (kanaknews)

କନକ ବ୍ୟୁରୋ:  ପୁଣି ବାଲେଶ୍ବର ଭୋଗରାଇର ବିଭିନ୍ନ ମନ୍ଦିରରୁ ସିରିଜ୍‌ ଲୁଟ୍‌ । ବିଳମ୍ବିତ ରାତିରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଠାକୁରଙ୍କ ଆସବାବପତ୍ର ଲୁଟିନେଲେ ଲୁଟେରା । ଜଲସୋହରିଆ ପଞ୍ଚାୟତର ଝକଝକି ଶୀତଳା ଓ କାଳୀ ମନ୍ଦିର ସହ ବେଣୁଦା ଗ୍ରାମର ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଆସବାବପତ୍ର ଲୁଟ୍‌ ହୋଇଛି ।

ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥକୁ ଲାଗିଥିବା ବେଣୁଦା ଗ୍ରାମର ଜଗନ୍ନାଥ ମନ୍ଦିର ଓ ଝକଝକି ଗ୍ରାମର ଶୀତଳା  ଓ କାଳୀ ମନ୍ଦିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ରୁପା ଲୁଟ୍‌ ହୋଇଛି । ଆଜି ସକାଳେ ଗ୍ରାମବାସୀ ଓ ପୂଜକଙ୍କ ନଜରକୁ ଏ ଘଟଣା ଆସିବା ପରେ ପୁଲିସକୁ ଖବର ଦେଇଛନ୍ତି । ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଆନୁମାନିକ ୩ ମନ୍ଦିରରୁ ଦୁଇ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe