କନକ ବ୍ୟୁରୋ: ପଳାଶୁଣୀ ଛକରେ ସିରିଜ୍ ଦୁର୍ଘଟଣା । କାରକୁ ଧକ୍କା ଦେଲା ହାଇୱା, ଓଲଟି ପଡିଲା ବିଏମସିର ଅଳିଆବୁହା ଗାଡ଼ି । ଅଧ ଘଣ୍ଟାଏ ଯାଏ ଲାଗି ରହିଲା ଜାମ । ଘଟଣା ସ୍ଥଳରେ ପହଁଚି ସ୍ଥିତି କ୍ରେନ ଲଗାଇ ଗାଡ଼ି ହଟାଇଲା ମଞ୍ଚେଶ୍ବର ଥାନା ପୁଲିସ । ଶୁକ୍ରବାର ରାତିରେ ୧୬ ନଂ ଜାତୀୟ ରାଜପଥ ପଳାଶୁଣୀ ଛକ ନିକଟରେ ଦୁର୍ଘଟଣା ଦେଖିବାକୁ ମିଳିଛି । ହାଇୱା ଧକ୍କାରେ ବିଏମସିର ଅଳିଆବୁହା ଗାଡ଼ି ଓଲଟି ପଡ଼ିବାରୁ ଜଣେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ଅଧଘଣ୍ଟା ଯାଏ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା । ଫଳରେ ବର୍ଷା ଓ କୋହଲା ପାଗରେ କଟକ ଅଭିମୁଖେ ଯାଉଥିବା ଯାତ୍ରୀ ମାନେ ଜାମରେ ଫସି ରହିଥିଲେ ।

Advertisment

ଭୁବନେଶ୍ବରରୁ କଟକ ଅଭିମୁଖେ ଯାଉଥିବା ହାଇୱା ଏକ କାରକୁ ଧକ୍କା ଦେବାକୁ କାରଟି ବିଏମସିର ଅଳିଆବୁହା ଗାଡ଼ିରେ ପିଟି ହୋଇଯାଇଥିଲା । ଫଳରେ ଅଳିଆ ବୁହା ଗାଡ଼ିଟି ରାସ୍ତା ଉପରେ ଓଲଟି ପଡିଥିଲା । ହାଇୱା, କାର ଓ ଅଳିଆ ବୁହା ଗାଡ଼ି ରାସ୍ତା ଉପରେ ପଡ଼ିରହିବାକୁ ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହୋଇଥିଲା । ମଞ୍ଚେଶ୍ବର ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି କ୍ରେନ ଲଗାଇ ଗାଡ଼ି ଗୁଡ଼ିକୁ ରାସ୍ତାରୁ ହଟାଇବା ପରେ ସ୍ଥିତି ସ୍ବଭାବିକ ହୋଇଥିଲା ।