କନକ ବ୍ୟୁରୋ: ଗଞ୍ଜାମ ଖଲ୍ଲିକୋଟରେ ସିରିଜ୍ ଚୋରି। ଘରେ କେହି ନଥିବାର ସୁଯୋଗ ନେଇ ଚୋରମାନେ ଘରେ ପଶି କଳା କନା ବୁଲାଇ ଦେଉଛନ୍ତି। ଗତ ରାତିରେ ଖଲ୍ଲିକୋଟ ଥାନା ସୋଲବନ୍ଧ ଗାଁରେ ଏଭଳି କିଛି ଚୋରି ହୋଇଛି। ଘରେ ଏକୁଟିଆ ଥିବା ମହିଳାଙ୍କୁ ମାଡ଼ ମାରି ନେଇଯାଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ରୂପା ଓ ନଗଦ ଟଙ୍କା। ପ୍ରାୟ ୧୦୦ ଗ୍ରାମ ସୁନା ଓ ୧୦୦ ଗ୍ରାମ ରୂପା ସହ ୪୦ ହଜାର ଟଙ୍କା ଚୋରି ହୋଇଛି। ଲୁଟେରାଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ମହିଳା। ତାଙ୍କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେହି ସୋଲବନ୍ଧ ଗାଁରେ ଅନ୍ୟ ଜଣଙ୍କ ଘରେ ମଧ୍ୟ କଳାକନା ବୁଲାଇଛନ୍ତି ଚୋର। ୧୫ ଗ୍ରାମ ସୁନା ଓ ୨୦ ହଜାର ଟଙ୍କା ଚୋରି କରିଛନ୍ତି।
ଗାଁରେ ସିରିଜ୍ ଚୋରି ; ମହିଳାଙ୍କୁ ମାଡ ମାରିଲେ; ସୁନା, ରୂପା, ଟଙ୍କା ସବୁ ଲୁଟିନେଲେ
Advertisment
Follow Us