କନକ ବ୍ୟୁରୋ: ବୌଦ୍ଧରେ ସିରିଜ ଏଟିଏମ ଲୁଟ । ଗୋଟିଏ ଦିନରେ ହିଁ ଦୁଇଟି ଏଟିଏମ ତାଡି ଟଙ୍କା ନେଇଗଲେ । ବିଳମ୍ବିତ ରାତ୍ରରେ ବୌଦ୍ଧ ଥାନା ଅନ୍ତର୍ଗତ ବଢିଗାଁ ଓ ବିରନରସିଂହପୁର ଏଟିଏମରୁ ଲୁଟ ହୋଇଛି । କେହି ସୁରକ୍ଷାକର୍ମୀ ନଥିବାର ସୁଯୋଗ ନେଇ ଦୁବୃର୍ତ୍ତ ମାନେ ଏହି ଏଟିଏମଙ୍କୁ ଭାଙ୍ଗି ଟଙ୍କା ନେଇଛନ୍ତି । ଘଟଣା ସ୍ଥଳରେ ବୌଦ୍ଧ ଥାନା ପୋଲିସ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏଯାଏଁ ଲୁଟେରାଙ୍କ ପତ୍ତା ଲଗାଇବାରେ ସଫଳ ହୋଇନି ପୋଲିସ  । ଅନ୍ୟପଟେ ଏଟିଏମରୁ ଏଭଳି ଲୁଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ବଢିଛି । 

Advertisment