କନକବ୍ୟୁରୋ : କଟକ ଜିଲ୍ଲା ବୈଦେଶ୍ଵର ଥାନା ଅଞ୍ଚଳରେ ମାତିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଗହୀରଗାଡ଼ିଆ ଗାଁର ୨ ଜଣଙ୍କ ଘରୁ ସିରିଜ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଗାଁର ନରସିଂହ ନାୟକ ଓ ମଧୁସୂଦନ ଖଟୁଆଙ୍କ ଘର ତାଲା ଭାଙ୍ଗି ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି  । 

Advertisment

ଗତ ୨ ତାରିଖ ଦିନ ପୁଇଁଚା ଗାଁରୁ ମଧ୍ୟ ଅନୁରୂପ ଢଙ୍ଗରେ ୫ ଜଣଙ୍କ ଘରୁ ସିରିଜ ଲୁଟ ହୋଇଥିଲା ।  ଗତ ୪ ଦିନ ଭିତରେ ବାରମ୍ବାର ଏହିଭଳି ସିରିଜ ଚୋରି ଘଟଣା ଘଟୁଥିବାରୁ ବୈଦେଶ୍ଵର ପୋଲିସର ଅପାରଗତାକୁ ଦାୟୀ କରିଛନ୍ତି ଗ୍ରାମବାସୀ ।