କନକ ବ୍ୟୁରୋ: ଭୁବନେଶ୍ୱର ୟୁନିଟ୍-୨ ପେଟ୍ରୋଲ୍ ପମ୍ପ୍ ନିକଟରେ ସିରିଜ୍ ଦୁର୍ଘଟଣା ହୋଇଛି । ଏଜି ଛକରୁ ରାଜମହଲ ଯିବାବେଳେ ରାସ୍ତା ଉପରେ ପାର୍କିଂ ହୋଇଥିବା ୨ଟି କାର୍ ଏବଂ ୨ଟି ଅଟୋକୁ  ପିଟିଲା i20 କାର୍ । ଗାଡ଼ିର  ସ୍ପିଡ୍ ଏତେ ତୀବ୍ର ଥିଲା ଯେ ରାସ୍ତାରୁ ଗାଡ଼ି ଯାଇ ସରକାରୀ କ୍ବାର୍ଟର୍ ମୁଖ୍ୟ ଫାଟକ ଭାଙ୍ଗି ଘରେ ପଶିଯାଇଛି । ଘଟଣା ସ୍ଥଳରେ କ୍ୟାପିଟାଲ୍ ଥାନା ପୁଲିସ୍ ପହଞ୍ଚି ଆହତ ହୋଇଥିବା ୪ ଜଣ ବ୍ୟକ୍ତିଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ସ୍ଥାନାନ୍ତର କରିଛି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ଗାଡ଼ିଚାଳକ ପ୍ରବଳ ମଦ୍ୟପାନ କରିଥିବାରୁ ଭାରସାମ୍ୟ ହରାଇ ଏଭଳି  ଦୁର୍ଘଟଣା ଘଟାଇଛନ୍ତି ।