କନକ ବ୍ୟୁରୋ : ସେପ୍ଟେମ୍ବର ୯, ୨୦୨୫ ତାରିଖରେ ଟ୍ରିପଲ୍ ୯ ର ମହାସଂଯୋଗ ସୃଷ୍ଟି ହେଉଛି । ଅଙ୍କ ଜ୍ୟୋତିଷ ଆଧାରରେ ଦେଖିଲେ ଏହି ଦିନ ୯.୯.୯ ର ସଂଯୋଗ ସୃଷ୍ଟି ହେବାକୁ ଯାଉଛି । ଅଙ୍କ ୯ର ସ୍ୱାମୀ ଗ୍ରହ ହେଉଛନ୍ତି ମଙ୍ଗଳ ଏବଂ ସେହି ଦିନଟି ମଧ୍ୟ ମଙ୍ଗଳବାର ଅଟେ । ଏହି କାରଣରୁ ସେପ୍ଟେମ୍ବର ୯ ତାରିଖରେ ଗ୍ରହମାନଙ୍କର ସେନାପତି ମଙ୍ଗଳର ଶକ୍ତି ଚାରିଗୁଣା ହେବ । ଜ୍ୟୋତିଷଶାସ୍ତ୍ରରେ ମଙ୍ଗଳକୁ ସାହସ, ପରାକ୍ରମ, ଉର୍ଜା ଏବଂ ଶକ୍ତିର କାରକ ବୋଲି ମନାଯାଏ । ସେପ୍ଟେମ୍ବର ୯ ତାରିଖରେ ଯେତେବେଳେ ମଙ୍ଗଳର ଶକ୍ତି ୪ ଗୁଣା ହେବ,ତାହା ଆଉ କେଉଁଠି ଅମଙ୍ଗଳ କରିଦେବନି ତ ? ତେବେ ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ଅଙ୍କ ଜ୍ୟୋତିଷ ସାହାଯ୍ୟରେ ଜାଣିବାକୁ ଚେଷ୍ଟା କରିବା । ସେପ୍ଟେମ୍ବର ୯ ତାରିଖରେ ସୃଷ୍ଟି ହେବାକୁ ଥିବା ମହାସଂଯୋଗ, ତା’ର ପ୍ରଭାବ ଏବଂ ଉପାୟଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା ।

Advertisment
sixteen
sixteen Photograph: (Google)

ନ୍ୟୁମେରୋଲୋଜି ଅନୁସାରେ, ସେପ୍ଟେମ୍ବର ୯ ତାରିଖରେ ୯|୯|୯ ର ମହାସଂଯୋଗ ସୃଷ୍ଟି ହେଉଛି । ଏହି ଦିନର ତାରିଖ ୯, ସେପ୍ଟେମ୍ବର ଇଂରାଜୀ କ୍ୟାଲେଣ୍ଡରର ନବମ ମାସ ଏବଂ ବର୍ଷ 2025 କୁ ଯୋଡ଼ିଲେ ୨+୦+୨+୫ ମୋଟ ୯ ହୋଇଥାଏ । ଏତିକି ନୁହେଁ ଏହି ତିନୋଟି ୯ କୁ ଯୋଡ଼ିଦେଲେ ମୋଟ ୨୭ ଆସିଥାଏ ଏବଂ ଏହାକୁ ମଧ୍ୟ ଯୋଡ଼ିଲେ ମୋଟ ୯ ଆସିଥାଏ । ଏହି ପ୍ରକାରରେ ସେପ୍ଟେମ୍ବର ୯ ତାରିଖରେ ୯|୯|୯ ର ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି । ଯେହେତୁ ୯ ସଂଖ୍ୟାଟି ତିନିଥର ଆସୁଛି ଏବଂ ସେହି ଦିନଟି ମଙ୍ଗଳବାର, ଯାହା ଭୂମି ପୁତ୍ର ମଙ୍ଗଳଙ୍କ ପାଇଁ ସମର୍ପିତ ; ସେଦିନ ମଙ୍ଗଳଙ୍କ ଶକ୍ତି ଚାରିଗୁଣା ହେବ, ତେଣୁ ଟିକେ ସମ୍ଭାଳିକି ରହିବାର ଆବଶ୍ୟକତା ଅଛି ।

999
999 Photograph: (google)

ଅଙ୍କ ଜ୍ୟୋତିଷ ଅନୁସାରେ ଯଦି କେଉଁଠାରେ କୌଣସି ସଂଖ୍ୟା ୧ ରୁ ଅଧିକ ଥର ଆସିଥାଏ, ତେବେ ତାର ଗୁଣ ଏବଂ ଅବଗୁଣ ମଧ୍ୟ ସେହି ଅନୁସାରେ ବଢ଼ିଯାଇଥାଏ । ୯ ନମ୍ବର ମଙ୍ଗଳଙ୍କ ନମ୍ବର ହୋଇଥାଏ, ଯାହା ବ୍ୟକ୍ତିର ବୀରତା,ନୱାବି ଠାଣି ଏବଂ ଉଦ୍ଦେଶ୍ୟକୁ ସୂଚାଇଥାଏ , କିନ୍ତୁ ମଙ୍ଗଳ କ୍ରୋଧ, ଅଗ୍ନି, ଉପଦ୍ରବ, ଯୁଦ୍ଧର ମଧ୍ୟ ସଙ୍କେତ ଦେଇଥାଏ । ତିନିଥର ୯ ନମ୍ବର ଆସିବାକୁ ଭଲ ବୋଲି ମନାଯାଏ ନାହିଁ, ଏହା ଅଶୁଭ ଫଳଦାୟୀ ହୋଇଥାଏ । ଏହି କାରଣରୁ ଲୋକମାନଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ଏବଂ ବିବାଦ ହୋଇପାରେ । କେଉଁଠି କେଉଁଠି ଯୁଦ୍ଧ, ଅଗ୍ନିକାଣ୍ଡ ଭଳି ସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ । ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳର ଅଶୁଭ ପ୍ରଭାବକୁ ଦୂର କରିବା ପାଇଁ ଅନେକ ଉପାୟ କୁହାଯାଇଛି କିନ୍ତୁ ସବୁଠାରୁ ସହଜ ଉପାୟ ହେଉଛି ରାମ ଭକ୍ତ ହନୁମାନଙ୍କ ପୂଜା କରିବା । ସେପ୍ଟେମ୍ବର ୯ ତାରିଖରେ ଆପଣ ବ୍ରତ ରଖି ପ୍ରଭୁ ହନୁମାନଙ୍କ ପୂଜା କରନ୍ତୁ, ହନୁମାନ ଚାଳିସା ଏବଂ ସୁନ୍ଦରକାଣ୍ଡର ପାଠ କରନ୍ତୁ ।

ମଙ୍ଗଳର ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ ଆପଣ ପ୍ରଭୁ ହନୁମାନଙ୍କ ମନ୍ତ୍ର "ଓଁ ହଂ ହନୁମତେ ନମଃ"ର ଜାପ କରିପାରିବେ । ଏହି ମନ୍ତ୍ରର ଜାପ କରିବା ଦ୍ଵାରା ମଙ୍ଗଳ ଆପଣଙ୍କର ଅନିଷ୍ଟ କରିପାରିବେ ନାହିଁ । ଏହା ବ୍ୟତୀତ ଆପଣ ଚାହିଲେ ମଙ୍ଗଳର ମନ୍ତ୍ର "ଓଁ କ୍ରାଂ କ୍ରୀଂ କ୍ରୌଂ ସଃ ଭୌମାୟ ନମଃ" କିମ୍ବା "ଓଁ ଅଂ ଅଙ୍ଗାରକାୟ ନମଃ"ର ଜାପ କରିପାରିବେ । ଏହାଦ୍ୱାରା ମଧ୍ୟ ଆପଣଙ୍କୁ ଲାଭ ମିଳିବ ଏବଂ ଆପଣ ମଙ୍ଗଳର କୋପରୁ ଦୂରେଇ ରହିବେ ।