କନକ ବ୍ୟୁରୋ : ଭୁଶୁଡିଲା ଭାରତୀୟ ସେୟାର ମାର୍କେଟ । ସେନସେକ୍ସ ୧୧୦୦ ପଏଣ୍ଟରୁ ଅଧିକ ଖସିଥିବା ବେଳେ ନିଫ୍ଟି ଖସିଛି ୪୦୦ ପଏଣ୍ଟ । ଆଜି ସକାଳେ ମାର୍କେଟ ଖୋଲୁ ଖୋଲୁ ଏପରି ପରିସ୍ଥିତି ଦେଖିବାକୁ ମିଳିଥିଲା । ମାର୍କେଟରୁ ବିଦେଶୀ ନିବେଶକାରୀମାନେ ପୁଞ୍ଜି ପ୍ରତ୍ୟାହାର କରି ନେଉଥିବାରୁ ମାର୍କେଟ କ୍ରାସ୍ କରିଥିବା କୁହାଯାଉଛି । କେବଳ ଅକ୍ଟୋବରରେ ବିଦେଶୀ ନିବେଶକାରୀ ୧ ଲକ୍ଷ ୧୩ ହଜାର ୮୫୮ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଛନ୍ତି । ଆଗକୁ ମାର୍କେଟର ସ୍ଥିତି କଣ ହେବ, ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । 

Advertisment

ତା ସହିତ ହାଇ ଭ୍ୟାଲୁଏସନ୍ ଓ ରିଟର୍ଣ୍ଣ କମ୍ ହେବାର ଆଶଙ୍କା ଦେଖା ଦେଇଛି । ଏହି କାରଣରୁ ବିଦେଶୀ ନିବେଶକାରୀ ନିଜର ପୁଞ୍ଜି ପ୍ରତ୍ୟାହାର କରିନେଇଥିବା କୁହାଯାଉଛି । ଏଥିପାଇଁ କିଛି ଦିନ ଭିତରେ ସର୍ବୋଚ୍ଚସ୍ତରରୁ ୮ ପ୍ରତିଶତ ଖସିଛି ମାର୍କେଟ । ଆଗକୁ ମଧ୍ୟ ପ୍ରମୁଖ କମ୍ପାନିଗୁଡ଼ିକ ଭଲ ଲାଭ କରିନପାରନ୍ତି ବୋଲି ଆଶଙ୍କା କରାଯାଉଛି । ତେଣୁ ଭାରତର ମାର୍କେଟରୁ ବିଦେଶୀ ନିବେଶକାରୀ ନିଜର ଅର୍ଥ କାଢ଼ି ନେଉଛନ୍ତି । ତାସହିତ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନେଇ ବି ଅନିଶ୍ଚିତତା ଅଛି । କିଏ ଜିତିବ, କହି ହେଉନାହିଁ । ଟ୍ରମ୍ପ ଜିତିଲେ କିଛି ଦିନ ମାର୍କେଟ ଉପରକୁ ଉଠିପାରେ, ତା ପରେ ଖସିବ । ସେହିପରି କମଳା ହାରିସ୍ ଜିତିଲେ ମାର୍କେଟରେ ଏହାର ଭଲ ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଉଛି । ଏସବୁର କାରଣରରୁ ଭାରତୀୟ ମାର୍କେଟ କ୍ରାସ୍ ହୋଇଛି ।