କନକ ବ୍ୟୁରୋ: ଜିରୋ କାଜୁଆଲିଟିକୁ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବଡ ବୟାନ । କହିଛନ୍ତି, ଜିରୋ କାଜୁଆଲିଟିକୁ ନେଇ ସରକାରରେ ଚାଲିଛି ପ୍ରତିଯୋଗିତା । କିଏ କେମିତି ମିଛ କହିପାରିବ, ସେନେଇ ପ୍ରତିଯୋଗିତା କରାଯାଉଛି । ବାତ୍ୟା ବନ୍ୟା ସମୟରେ ବାହାବା ନନେଇ ଲୋକଙ୍କ ସାହାଯ୍ୟ କଥା ଚିନ୍ତା କରିବା ଆବଶ୍ୟକ । କେନ୍ଦୁଝର ଓ ଆଳିରେ ୨ ଜଣଙ୍କ ଜୀବନ ଯାଇଛି । ହେଲେ କାହିଁକି ଲୋକହସା ହେଉଛି ବୋଲି ପ୍ରଶ୍ନ କରିଛନ୍ତି ବିଜୟ ମହାପାତ୍ର । ଏହା ଦ୍ୱାରା ଆଗାମୀ ଭବିଷ୍ୟତ କ’ଣ ଶିକ୍ଷା ପାଇବେ ବୋଲି କହିଛନ୍ତି ବରିଷ୍ଠ ନେତା । ଗତକାଲି ସନ୍ଧ୍ୟାରେ ଯାଜପୁର ଆରଙ୍ଗାବାଦରେ ପୂର୍ବତନ ବିଧାୟକ ରବି ଲାବଣ୍ୟଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ବିଜୟ ମହାପାତ୍ର । ରାଜ୍ୟରେ ବନ୍ୟା ବାତ୍ୟା ବେଳେ ଜିରୋ କାଜୁଆଲିଟିକୁ ନେଇ ସରକାର କାହିଁକି ଦୟୀ ହେବେ ବୋଲି ବିଜୟ କହିବା ସହ ବିରୋଧୀ ଦଳକୁ ମଧ୍ୟ ଟାର୍ଗେଟ କରିଥିଲେ ।