କନକ ବ୍ୟୁରୋ: ବିଜେଡିରୁ ବିଦା ହେଲେ ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମଲ୍ଲିକ । କାମାକ୍ଷାନଗରର ଏହି ପୂର୍ବତନ ବିଧାୟକ ବିଜୁ ଜନତା ଦଳରୁ ବିଦା ହୋଇଛନ୍ତି । ଦଳ ବିରୋଧୀ କାମ ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ବିଜୁ ଜନତା ଦଳ, ହେଡକ୍ୱାର୍ଟର ଦାୟିତ୍ୱରେ ଥିବା ପ୍ରତାପ ଜେନା । ତେବେ ଗତକାଲି ପ୍ରଫୁଲ୍ଲ ମଲ୍ଲିକ ବିଜେଡି ବିରୋଧରେ ବଡ଼ ବୟାନ ରଖିଥିଲେ । ଆଉ ଏହାପରେ ତାଙ୍କୁ ଆଜି ଦଳରୁ ବିଦା କରାଯାଇଛି । ଗୁରୁବାର ଗଣମାଧ୍ୟମକୁ ବଡ଼ ବୟାନ ଦେଇଥିଲେ ପ୍ରଫୁଲ୍ଲ ମଲ୍ଲିକ । କଥାରେ କଥାରେ କହିଥିଲେ, ସେ ଏବେ ବିଜେଡିରେ ଅଛନ୍ତି କି୍ନତୁ କୌଣସି ସାଙ୍ଗଠନିକ କାମରେ ଯୋଗ ଦେଉନାହାନ୍ତି । ଆଗକୁ ଯଦି ଦଳ ଠିକ୍ ଭାବେ ଚାଲିବନି ତେବେ ସେ ଦଳଠୁ ଦୂରେଇ ଯିବେ ବୋଲି କହିଥିଲେ ପ୍ରଫୁଲ୍ଲ । ଏହାସହ ସେ ଆହୁରି ମଧ୍ୟ କହିଥିଲେ ଯେ, ବିରୋଧୀ ଦଳ ଭାବେ ବିଜେଡି ନିଜର ଦାୟିତ୍ୱ ଠିକ୍ ଭାବେ ତୁଲାଉନି । ଆଉ ଏହାପରେ ଆଜି ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି ।
ବିଜେଡିରୁ ବିଦା ହେଲେ ପ୍ରଫୁଲ୍ଲ ମଲ୍ଲିକ ; ଦଳ ବିରୋଧୀ କାମ ପାଇଁ ଆକ୍ସନ
ବିଜେଡିରୁ ବିଦା ହେଲେ ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମଲ୍ଲିକ । କାମାକ୍ଷାନଗରର ଏହି ପୂର୍ବତନ ବିଧାୟକ ବିଜୁ ଜନତା ଦଳରୁ ବିଦା ହୋଇଛନ୍ତି । ଦଳ ବିରୋଧୀ କାମ ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ବିଜୁ ଜନତା ଦଳ, ହେଡକ୍ୱାର୍ଟର ଦାୟିତ୍ୱରେ ଥିବା ପ୍ରତାପ ଜେନା । ତେବେ ଗତକାଲି ପ୍ରଫୁଲ୍ଲ ମଲ୍ଲିକ ବିଜେଡି ବିରୋଧରେ ବଡ଼ ବୟାନ ରଖିଥିଲେ । ଆଉ ଏହାପରେ ତାଙ୍କୁ ଆଜି ଦଳରୁ ବିଦା କରାଯାଇଛି । ଗୁରୁବାର ଗଣମାଧ୍ୟମକୁ ବଡ଼ ବୟାନ ଦେଇଥିଲେ ପ୍ରଫୁଲ୍ଲ ମଲ୍ଲିକ । କଥାରେ କଥାରେ କହିଥିଲେ, ସେ ଏବେ ବିଜେଡିରେ ଅଛନ୍ତି କି୍ନତୁ କୌଣସି ସାଙ୍ଗଠନିକ କାମରେ ଯୋଗ ଦେଉନାହାନ୍ତି ।
/kanak/media/media_files/2025/09/12/prafulla-kumar-mallik-2025-09-12-10-56-39.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)