କଂଗ୍ରେସରେ ମିଶିଲେ ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ ; ଯୋଗ ଦେଉ ଦେଉ ସରକାରଙ୍କୁ କଲେ ଟାର୍ଗେଟ୍

Advertisment

ସାମ୍ବାଦିକତା ପରେ ପ୍ରତ୍ୟକ୍ଷ ଭାବେ ରାଜନୀତିରେ ପ୍ରବେଶ କରିଥିବାରୁ ନିଜ ଉତ୍ସାହ ଜାହିର କରିଛନ୍ତି ଅରବିନ୍ଦ ଦାସ । କଂଗ୍ରେସରେ ଯୋଗ ଦେବା କ୍ଷଣି ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅରବିନ୍ଦ ଦାସ । 

ସାମ୍ବାଦିକତା ପରେ ପ୍ରତ୍ୟକ୍ଷ ଭାବେ ରାଜନୀତିରେ ପ୍ରବେଶ କରିଥିବାରୁ ନିଜ ଉତ୍ସାହ ଜାହିର କରିଛନ୍ତି ଅରବିନ୍ଦ ଦାସ । କଂଗ୍ରେସରେ ଯୋଗ ଦେବା କ୍ଷଣି ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅରବିନ୍ଦ ଦାସ । 

vlcsnap-2025-06-10-15h50m24s200

Photograph: (kanaknews)

କନକ ବ୍ୟୁରୋ : କଂଗ୍ରେସରେ ମିଶିଲେ ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଧରିଛନ୍ତି ହାତ । ସାମ୍ବାଦିକତା ପରେ ପ୍ରତ୍ୟକ୍ଷ ଭାବେ ରାଜନୀତିରେ ପ୍ରବେଶ କରିଥିବାରୁ ନିଜ ଉତ୍ସାହ ଜାହିର କରିଛନ୍ତି ଅରବିନ୍ଦ ଦାସ । କଂଗ୍ରେସରେ ଯୋଗ ଦେବା କ୍ଷଣି ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅରବିନ୍ଦ ଦାସ । 

ବିଜେପି ସରକାର ଏକବର୍ଷ ପୂର୍ତ୍ତିର ସଫଳତା ବଖାଣୁଥିବା ବେଳେ ଚାଷୀ ସମସ୍ୟାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଚାଷୀ ଧାନ ବିକ୍ରି ପ୍ରାପ୍ୟ ନପାଇ ଭୁବନେଶ୍ଵର ରାଜରାସ୍ତାରେ ବସୁଛନ୍ତି । ସାରା ରାଜ୍ୟରେ ଚାଷୀ ମାନେ ସମସ୍ୟାରେ ଅଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ରାଜ୍ୟ ସରକାର ବ୍ୟବସ୍ଥିତ ଢଙ୍ଗରେ ଚାଷୀଙ୍କ ଠାରୁ ସେମାନଙ୍କ ବଳକା ଧାନକ୍ରୟ କରି ନିର୍ଦ୍ଧାରିତ ସମୟରେ ପ୍ରାପ୍ୟ ପ୍ରଦାନ କରିବେ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଆଜି ତାହା ସଂପୂର୍ଣ୍ଣ ପ୍ରତାରଣାରେ ପରିଣତ ହୋଇଛି ବୋଲି କଂଗ୍ରେସ କହିଛି । ସାରା ରାଜ୍ୟରେ ଚାଷୀଙ୍କ ପ୍ରତି ଚରମ ପ୍ରତାରଣା ହେଉଥିବାରୁ ପିସିସି ସଭାପତି ଭକ୍ତ ଚରଣ ଦାସ ରାଜ୍ୟର ବିଭିନ୍ନ ଚାଷୀଙ୍କୁ ଭେଟି ଆଲୋଚନା କରିଥିଲେ । ଚାଷୀଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୁଖ୍ୟତଃ ୩ଟି ଦାବୀ କରିଛି କଂଗ୍ରେସ ।

ରାଇଘରର ୩୪୪ଜଣ ଚାଷୀଙ୍କୁ ତୁରନ୍ତ ୪ କୋଟି ଟଙ୍କା ଫେରନ୍ତୁ । ଚାଷୀଙ୍କୁ ଫସଲ ବୀମା ବାବଦକୁ ସରକାର ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଅନ୍ତୁ । ହାତୀ ଉପଦ୍ରବ ଦ୍ୱାରା ୮୦ ପ୍ରତିଶତ ଫସଲ ନଷ୍ଟ ହୋଇଥିବାବେଳେ ସରକାର ଏହାର କ୍ଷତିପୂରଣ ଦେଉନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe