କନକ ବ୍ୟୁରୋ:  ପଞ୍ଜାବର ଡିଆଇଜି ହରଚରଣ ସିଂ ଭୁଲ୍ଲରଙ୍କୁ ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ସିବିଆଇ ୫ ଲକ୍ଷ ଟଙ୍କା ଲାଂଚ ନେବା ଅଭିଯୋଗରେ ଗିରଫ କରିଛି । ଫତେହଗଡ଼ ସାହିବର ଜଣେ ଅଭିଯୋଗକାରୀ ଦାବି କରିଛନ୍ତି, ଡିଆଇଜି ଭୁଲ୍ଲର ମାମଲାର ସମାଧାନ କରିବା ପାଇଁ ବଡ଼ ଅଙ୍କର ଅର୍ଥ ଦାବି କରିଥିଲେ । ସିବିଆଇ ଏହି ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରି ଭୁଲ୍ଲରଙ୍କୁ ଘଟଣାସ୍ଥଳରେ ଧରିଥିଲେ ।

Advertisment

ଏହି ଘଟଣା ପଞ୍ଜାବ ପୁଲିସ ବିଭାଗରେ ଏକ ବଡ଼ ଧରଣର ବିବାଦ ସୃଷ୍ଟି କରିଛି । ସିବିଆଇ ଅଧିକାରୀମାନେ ଜଣାଇଛନ୍ତି, ତଦନ୍ତ ଜାରି ରହିଛି ଏବଂ ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ସମ୍ପର୍କରେ ମଧ୍ୟ ଖୋଜାଖୋଜି ଚାଲିଛି। ଏହା ପଞ୍ଜାବରେ ଦୁର୍ନୀତି ବିରୋଧୀ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି । 

ବନ୍ଧା ହେଲେ ପଞ୍ଜାବ ଡିଆଇଜି  
ଅଭିଯୋଗକାରୀ ଡିଆଇଜି ଭୁଲ୍ଲରଙ୍କ ବିରୁଦ୍ଧରେ ଲାଞ୍ଚ ମାଗିବାର ଅଭିଯୋଗ ଆଣିଥିଲେ
ସିବିଆଇ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରି ଭୁଲ୍ଲରଙ୍କୁ ଗିରଫ କରିଛି
୫ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିବା ନେଇ ସିବିଆଇର ସୂଚନା 
ଏହି ଘଟଣା ପଞ୍ଜାବ ପୁଲିସରେ ଦୁର୍ନୀତି ଉପରେ ପ୍ରଶ୍ନ ଉଠାଇଛି
ସିବିଆଇ ଅନ୍ୟ ସମ୍ଭାବ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି
ତଦନ୍ତ ଜାରି ରହିଛି, ଅଧିକ ତଥ୍ୟ ସାମ୍ନାକୁ ଆସିବ
ଗିରଫ ପରେ, ସିବିଆଇ ଡିଆଇଜିଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ଚଢ଼ାଉ କରିଛି