narasingh Mishra Photograph: (KanakNews)
କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାରେ ତାଙ୍କ ଝିଅ ଦୀପାଳି ଦାସଙ୍କ ତଦନ୍ତ ଦାବି ପରେ ଏହାକୁ ନେଇି ରାଜନୀତି ଜୋର ଧରିଛି । ଏନେଇ ମତ ବ୍ୟକ୍ତ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ଏ ଘଟଣା ଯେତେବେଳେ ଘଟିଲା ଏହାକୁ ବିଭିନ୍ନ ରୂପ ଦିଆଯାଇଥିଲା। କେହି ଏହାକୁ ରାଜନୈତିକ ତ କେହି ଏହାକୁ ପାରିବାରିକ ଷଡଯନ୍ତ୍ର ବୋଲି ଅଭିହିତ କରିଥିଲେ। ହେଲେ ପୋଲିସ ଯେଉଁ ତଥା ଯୋଗାଡ କରିଛି ତାକୁ ଭଲଭାବେ ନଜାଣି କିଛି କହିବା ଠିକ ନୁହେଁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ନବ ଦାସ ଜଣେ ରାଜନେତା ଠାରୁ ବେଶି ବ୍ୟବସାୟୀ ଥିଲେ। ତାଙ୍କର ଅନେକଙ୍କ ସହ ଝଗଡା ଥିଲା। ଏବଂ ବିଜେଡିର ଅନେକ ଲୋକ ବି ସେଥିରେ ସାମିଲ ଥିଲେ। ଡାକ୍ତରୀ ରିପୋର୍ଟ ଅନୁସାରେ, ଗୁଳିକାଣ୍ଡ ହେବାର ତତକ୍ଷଣାତ ତାଙ୍କର ମୃତ୍ୟୁ ହୋଇସାରିଥିଲା। କିନ୍ତି ଗୋଟେ ପ୍ରହସନ କରି ତାଙ୍କୁ ଭୁବନେଶ୍ବରକୁ ଏୟାର ଲିପ୍ଟ କରାଗଲା। ଜଣେ ମୃତ ବ୍ୟକ୍ତିଙ୍କୁ ନମସ୍କାର କରାଯାଏ । ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲକୁ ଯାଇ ତାଙ୍କୁ ନମସ୍କାର କାହିଁକି କଲେ। ସେ ମୁଖ୍ୟମନ୍ତ୍ରୀ ଜଣେ ମନ୍ତ୍ରୀଙ୍କୁ କାହିଁକି ନମସ୍କାର କରୁଥିଲେ ? ଏଥିରୁ ପ୍ରମାଣିତ ଯେ, ସେତେବେଳକୁ ସେ ଜାଣିସାରିଥିଲେ ଯେ, ନବ ଦାସ ମୃତ ବୋଲି।
ନରସିଂହ ମିଶ୍ର ଆହୁରି ବି କହିଛନ୍ତି, ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ କରିଛନ୍ତି ତାଙ୍କ ଝିଅ । ହେଲେ ସିବିଆଇ ଉପରେ ମୋର ଭରଷା ନାହିଁ। କାରଣ ଏହା କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଭାବିତ ସଂସ୍ଥା । ତେଣୁ ଏହି ମାମଲାକୁ ଏସଆଇଟି ହାତରେ ଦେବାକୁ ବିଧାନସଭାରେ ଦାବି କରୁଥିଲି । କିନ୍ତୁ ବର୍ତ୍ତମାନ ସ୍ଥିତିରେ ସିବିଆଇ ଇନଭେଷ୍ଟିଗେସନ୍ ମୋର କିଛି ଆପତ୍ତି ନାହିଁ । ସିବିଆଇ ତଦନ୍ତ ହେବା କଥା । ଏଥିପାଇଁ ତାଙ୍କ ପରିବାର ପାଖରୁ କିଛି ଅପିଲ କରିବା ଦରକାର । ଏ କେସକୁ ରିଓପନ୍ କରିବାକୁ ତ ପୂର୍ବରୁ ବିଜେଗପି କହିଥିଲା । ହେଲେ ସରକାର ଏହି କେସକୁ ଏଯାଏଁ କାହିଁକି ରିଓପନ୍ କରିନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର।
Follow Us