ବରିଷ୍ଠ କଂଗ୍ରେସ ନେତ୍ରୀ ସାବିତ୍ରୀ ଚୌଧୁରୀଙ୍କ ୮୫ ବର୍ଷ ବୟସରେ ପରଲୋକ : ତୁଳସୀପୁର ସାହୁବଗିଚା ବାସଭବନରେ ଦେହାନ୍ତ

Advertisment

ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ରାଜ୍ୟ ସମାଜ ମଙ୍ଗଳବୋର୍ଡର ପୂର୍ବତନ ଅଧ୍ୟକ୍ଷା ସାବିତ୍ରୀ ଚୌଧୁରୀଙ୍କର ପରଲୋକ ଘଟିଛି। ଗୁରୁବାର ରାତି ୧୧ଟାରେ ତୁଳସୀପୁର ସାହୁବଗିଚା ବାସଭବନରେ ତାଙ୍କର ପରଲୋକ ଘଟିଛି

ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ରାଜ୍ୟ ସମାଜ ମଙ୍ଗଳବୋର୍ଡର ପୂର୍ବତନ ଅଧ୍ୟକ୍ଷା ସାବିତ୍ରୀ ଚୌଧୁରୀଙ୍କର ପରଲୋକ ଘଟିଛି। ଗୁରୁବାର ରାତି ୧୧ଟାରେ ତୁଳସୀପୁର ସାହୁବଗିଚା ବାସଭବନରେ ତାଙ୍କର ପରଲୋକ ଘଟିଛି

netri

Photograph: (KanakNews)

କନକବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ରାଜ୍ୟ ସମାଜ ମଙ୍ଗଳବୋର୍ଡର ପୂର୍ବତନ ଅଧ୍ୟକ୍ଷା ସାବିତ୍ରୀ ଚୌଧୁରୀଙ୍କର ପରଲୋକ ଘଟିଛି। ଗୁରୁବାର ରାତି ୧୧ଟାରେ ତୁଳସୀପୁର ସାହୁବଗିଚା ବାସଭବନରେ ତାଙ୍କର ପରଲୋକ ଘଟିଛି । ଗତ ଜାନୁଆରି ମାସରେ ସେ ମସ୍ତିଷ୍କ ଆଘାତରେ ପୀଡ଼ିତ ହୋଇଥିଲେ। ତାଙ୍କୁ ପ୍ରଥମେ ଭୁବନ‌େଶ୍ବର ଓ ପରେ କଟକର ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସା କରାଯାଇଥିଲା। ଘ‌ରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଶ୍ରୀମତୀ ଚୌଧୁରୀଙ୍କ ମୃତ୍ୟୁ ଘଟିଛି । ଖାନନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।

ଶ୍ରୀମତୀ ଚୌଧୁରୀ ରାଜନୀତି ସହ ସମାଜସେବାରେ ସଂପୃକ୍ତ ଥିଲେ ।  ୨୦୦୯ରେ କଂଗ୍ରେସ ଟିକଟରେ ସେ ଚୌଦ୍ବାର-କଟକ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏହା ବ୍ୟତୀତ ସେ ଓଡ଼ିଶା ମହିଳା ସ୍ବେଚ୍ଛାସେବୀ ସଂଗଠନର ପ୍ରତିଷ୍ଠାତା ଓ ସଂପାଦିକା ଥିଲେ  । ଓଡ଼ିଶା ନାରୀ ସେବା ସଂଘ, ସଂଯୋଗ ସମେତ କଟକ ଜିଲ୍ଲାର ବହୁ ସାମାଜିକ ସଂଗଠନ ସହିତ ସେ ସଂପୃକ୍ତ ଥିଲେ । 

ତାଙ୍କ ବିୟୋଗରେ ଓଡ଼ିଶା ମହିଳା ସ୍ବେଚ୍ଛାସେବୀ ସଂଘ ସଭାପତି ପୃଥ୍ବୀବଲ୍ଲଭ ପଟ୍ଟନାୟକ, ସମାଜସେବୀ ରିନି ମହାନ୍ତି, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ପ୍ରଭାବତୀ ପଣ୍ଡା, ଆଇନଜୀବୀ ନିବେଦିତା ମହାନ୍ତି, ବିଶ୍ବରଞ୍ଜନ ମହାରଥ‌ା, ତୃ୍ପ୍ତି ଦାସ, ଡକ୍ଟର ମୀନାକ୍ଷୀ ପଣ୍ଡା, ସୁଧାଂଶୁ ପଟ୍ଟନାୟକ, ଅମ୍ବିକା ମହାପାତ୍ର ପ୍ରମୁଖ ଗଭୀର ଶୋକପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe